ପଲ୍ଲିବିକାଶ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
212

ହିଞିଳିକାଟୁ ୩୧/୧୦- ଗୁରୁବାର ଦିନ ନେହେରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର ସହାୟତାରେ ପଲ୍ଲିବିକାଶ ସଂଗଠନ ଦ୍ୱାରା ହିଞିଳିକାଟୁ ବ୍ଳକ ପୋଡ଼ଙ୍ଗୀ ଗ୍ରାମରେ ମହାନ ଜନନାୟକ ସ୍ବର୍ଗତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ତିଥି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ ଶିକ୍ଷକ କରୁଣାକର ବାଡତ୍ୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶାଳ ଭାରତ ରାଷ୍ଟ୍ର ଗଠନରେ ଓ ସମସ୍ତ ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ବଲ୍ଲଭ ଭାଇ ପଟେଲ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ ସଂଗଠନ ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିଲେ I କାର୍ଯ୍ୟକ୍ରମକୁ ସଂଗଠନ ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ସଂଗଠନ ର ଯୁବ କାର୍ଯ୍ୟକର୍ତା ଙ୍କ ସହ ପୋଡ଼ଙ୍ଗୀ ଗ୍ରାମର ଶତାଧିକ ଯୁବକ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ର ବେହେରା, ଆକାଶ ବେହେରା , ବିକାଶ ଗୌଡ, ଭବାନୀ ପାତ୍ର, ଶିବାନୀ ପାତ୍ର,ଶିବ ବେହେରା, ଚିନ୍ମୟ ସାହୁ, ପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ I


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here