ବନ୍ଯା ଜଳ ରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ

1
206

ପାରଳାଖେମୁଣ୍ଡି , ୩୧/୧୦– ଲଘୁଚାପ ଜନିତ ବର୍ଷାର ବନ୍ୟା ଜଳରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ କରଣ୍ଡା ସିଂ ପଞ୍ଚାୟତର ବଣ୍ଡା ଗ୍ରାମର ସୁରେନ୍ଦ୍ର ଶବର ଅନ୍ଧାର ଗୁମ୍ମା ଗ୍ରାମରେ ରହିଆସୁଥିଲେ। ତେବେ ଗତ ଶନିବାର ଦିନ ସନ୍ଧ୍ୟାରେ ସେ ବିଲକୁ ଯାଇ ଆଉ ଫେରି ନଥିଲେ । ସେ ନିକଟସ୍ଥ ମହୁଲବନ୍ଧ ନାଳର ଆସୁଥିବା ବନ୍ୟା ଜଳରେ ଭାସି ଯାଇ ଏସ କରଡା ସିଂ ଗ୍ରାମ ନିକଟରେ ଥିବା ଏକ ଗଛ ଚେରରେ ଲାଗି ରହିଥିବା ଏକ ଗାଈଆଳ ଟୋକା ଗତକାଲି ଗାଈ ଚରାଉଥିବା ବେଳେ ତାକୁ ଅଧିକ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ଶବ ସୁରେନ୍ଦ୍ର ର ବୋଲି ଚିହ୍ନଟ କରି ଗାଁ ଲୋକେଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣା ସ୍ଥଳରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ପହଞ୍ଚି ତାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦେବା ସହ ତାଙ୍କର ଅସହାୟ ଓ ଅନାଥ ହୋଇପଡିଥିବା ଗୋଟିଏ ପୁଅ ଓ ଦୁଇଟି ଝିଅ ଥଇଥାନ ପାଇଁ ବ୍ୟବସ୍ଥା କରିବେ ବୋଲି ଆଶ୍ଵାସନା ଓ ପ୍ରତିଶ୍ରୁତି ଦେଇଥିଲେ। ଘଟଣା ସ୍ଥଳରେ ଅତିରିକ୍ତ ଏସପି ସୀତାରାମ ଶତପଥୀ , ଡିସିପିଓ ଅରୁଣ କୁମାର ତ୍ରିପାଠୀ, ବିଡିଓ ଲୁକେସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

1 COMMENT

  1. Banya jala re bhasijai Jane jubaka ra mrutyu ehi news ti on bordcasting web re paduthili. Apana thi Ela Bhali copy paste Kala Bhali laguchi. Antatha news ti tike alaga thile padhibaku Bhala lagiba. Apanaka prateka news OB NEWS ru copy karuchanti bodhye. Tikiye change’ karantu..

LEAVE A REPLY

Please enter your comment!
Please enter your name here