ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ

0
348

ପାରଳାଖେମୁଣ୍ଡି, ୩୧/୧୦– ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ପରିସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ହୋଇଯାଇଛି।
ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଫଟୋ ଚିତ୍ରରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ମାନେ ଯୋଗ ଦେଇ ପୁଷ୍ପଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଯୋଗଦେଇ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ କର୍ମମୟ ଜୀବନ ଓ ଚିନ୍ତାଧାରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତାଙ୍କ ସମୟରେ ତାଙ୍କ ସୁଶାସନ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here