ଛତ୍ରପୁର : ସଡକ ସୁରକ୍ଷା ବୌଠକ

0
146

ଛତ୍ରପୁର,୩୦/୧୦–ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଜିଲାପାଳ ପୂର୍ବରୁ ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି। ପୁଣି ଏନ୍‌ଏଚଏଆଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବାକୁ ଜିଲାପାଳ ବୈଠକରେ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ରହ୍ମପୁର ହଳଦିଆପଦର ନିକଟରେ ଏନ୍‌ଏଚ୍‌ ଉପରେ ଫ୍ଲାଇଓଭର ନିର୍ମାଣ ଉପରେ ଆଲୋଚନା ହୋଇଥିଲା ହୁମ୍ମା ଶୁଖୁଆ ହାଟ ସମ୍ମୁଖ ଜାତୀୟ ରାଜପଥରେ ଅଣ୍ଡରପାସ୍‌ ନିର୍ମାଣ ପାଇଁ ପ୍ରସ୍ତାବ ଥିବା ସୂଚନା ଦିଆଯାଇଛି। ଏନ୍‌ଏଚ୍‌ରେ ସିସି କ୍ୟାମେରା ଲଗାଇବାକୁ ଗତ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ଏହା ମଧ୍ୟ କାର୍ଯ୍ୟକାରୀ ହୋଇନି ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଉଦ୍‌ବେଗ ପ୍ରକାଶ କରିବା ସହ କେବେ ଏହା ଲାଗିବ ଜଣାଇବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ l ୨ ମାସ ମଧ୍ୟରେ ଇଚ୍ଛାପୁରଠାରୁ ପୁଇଁତଳା ପର୍ଯ୍ୟନ୍ତ ୬୦ କି.ମି. ଏନଏଚ୍‌ରେ ସିସି କ୍ୟାମେରା ଲାଗିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାର କଣ୍ଟ୍ରୋଲ ରୁମ୍‌ ଇଚ୍ଛାପୁରରେ ରହିବ ବୋଲି କୁହାଯିବାରୁ ଜିଲାପାଳ ଓ ଏସ୍‌ପି ନାପସନ୍ଦ କରିଥିଲେ। ଛତ୍ରପୁର ଆର୍‌ଟିଓ ଅଫିସ ଓ ହଳଦିଆପଦର ନୂଆବସଷ୍ଟାଣ୍ଡରେ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିବାକୁ ସେମାନେ କହିଥିଲେ l ବିନା ଲାଇସେନ୍ସରେ ଟ୍ରକ୍‌ ଚଳାଉଥିବା ଏବଂ କେତେକ ଗାଡିର ନମ୍ବର ପ୍ଲେଟ୍‌ ନଥିବା ସମ୍ପର୍କରେ ଟ୍ରାକିଂ କରି ଆପ୍‌ ଦ୍ୱାରା ଜଣାପଡିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏନଏଚ୍‌ରେ ଅବାଧରେ ବୁଲୁଥିବା ଗୋରୁଙ୍କୁ ଧରି ଗୋପାଳକମାନଙ୍କୁ ଦେବାକୁ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ସେହିପରି ବସ ଛାତ ଉପରେ ଯାତ୍ରୀ ପରିବହନ ଏବଂ ଅତ୍ୟଧିକ ଯାତ୍ରୀ ପରିବହନ କରାଗଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ ଏନ୍‌ଏଚ୍‌ଏଆଇ ଅଧିକାରୀ, ରାସ୍ତା ଓ କୋଠାବାଡି, ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ, ଟ୍ରକ୍‌ ଓ ବସ୍‌ ମାଲିକ ସଂଘର କର୍ମକର୍ତ୍ତା, କମିଟି ସଦସ୍ୟ ଅନିଲ ପାଢୀ ଓ ବସନ୍ତ ମହାରଣାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here