ଉମା ଵସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ

0
356

ପାରଳାଖେମୁଣ୍ଡି, ୦୧/୧୧-ବ୍ରହ୍ମପୁରରୁ ଗୁଣପୁର ଆଭିମୁଖେ ଯାଉଥିବା ଶ୍ରୀଉମା ଯାତ୍ରୀବାହି ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ଘଟିଛି । ସୂଚନା ଅନୁଯାୟୀ ଆଜି ସକାଳେ ଶ୍ରୀ ଉମା ଏକ ଯାତ୍ରୀବାହି ବସ ବ୍ରହ୍ମପୁରରୁ ଗୁଣୁପୁର ଅଭିମୁଖେ ଯାଉଥିବା ସମୟରେ କାଶୀନଗର ରୋଡ଼ ଶିଆଳି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଏଥିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି । ବସକୁ କ୍ରେନ ସାହାଯ୍ୟରେ ବାହାର କରି ଯାତ୍ରୀ ମାନଙ୍କୁ ସୁରକ୍ଷାରେ ଅଣାଯାଇଛି ବୋଲି ଜଣାପଡ଼ିଛି ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here