ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୁରସ୍କୃତ

0
207

ପାରଳାଖେମୁଣ୍ଡି , ୦୧/୧୧– ଓଡିଶା ଶିଶୁ ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଙ୍କୁ ପ୍ରଶଂସିତ କରାଯାଇଛି। କାରଣ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ନେତୃତ୍ୱରେ ଚାଲିଥିବା ବିଭିନ୍ନ ଶିଶୁ ସୁରକ୍ଷା ଏବଂ ଶିଶୁ ମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅନାଥ, ପରିତ୍ୟାଗ ଓ ସମପ୍ରତି ଶିଶୁ ମାନଙ୍କୁ ଆଇନତଃ ପିତା/ମାତା ଯୋଗାଇଦେବା ଶିଶୁ ଚାଲଣ ବନ୍ଦ କରବା ଲାଗି ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଗ୍ରାମ୍ୟ ସ୍ତରୀୟ କମିଟି ଗଠନ କରି ତାକୁ କ୍ରିୟାଶୀଳ କରିବା, ବାଲ୍ୟ ବିବାହ ବନ୍ଧ କରବା ଲାଗି ଅଙ୍ଗନାବାଡି ସ୍ତରରେ ସୂଚନା ସଂଗ୍ରହ କରିବା ଓ ତିତିଲିରେ ଅନାଥ ହୋଇଥିବା ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଏବଂ ବିଭିନ୍ନ ସମସ୍ୟାରୁ ଉଦ୍ଧାର ଶିଶୁଙ୍କୁ ଥଇଥାନ କରିବାରେ ଗଜପତି ଆଗୁଆ ଥିବାରୁ ଏହି ପୁରସ୍କାର ମାନ୍ୟବର ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ମହୋଦୟା ଟୁକୁନୀ ସାହୁ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ଅନ୍ୟତମ ଅତିଥି ମାନଙ୍କୁ ମଧ୍ୟରେ ସଚିବ ମୋହଦୟ ଅନୁ ଗର୍ଗ , ପୂର୍ବତନ ଆଇ ଜି ଅରୁଣ ପାତ୍ର, OSCPCR ର ଅଧ୍ୟକ୍ଷ ସଂଧ୍ୟାବତୀ ପ୍ରଧାନ, କନ୍ଧମାଳ ସାଂସଦ ଅଚ୍ୟୂତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here