Home ରାଜ୍ୟ ପାରଳାଖେମୁଣ୍ଡି :ପାଞ୍ଚ ଜଣ ଛାତ୍ର ନିଖୋଜ

ପାରଳାଖେମୁଣ୍ଡି :ପାଞ୍ଚ ଜଣ ଛାତ୍ର ନିଖୋଜ

0
203

ପାରଳାଖେମୁଣ୍ଡି, ୦୩/୧୧– ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ୫ ଜଣ ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ମାନେ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଛାତ୍ର ମାନେ ସ୍କୁଲ ଯାଇଥିଲେ ମାତ୍ର ସ୍କୁଲ ଯାଇ ଘରକୁ ନଫେରିବାରୁ ଛାତ୍ର ମାନଙ୍କ ପରିବାର ସନ୍ଦେହ କରି ପିଲାମାନଙ୍କୁ ଖୋଜା ଖୋଜି କରିଥିଲେ । ଖୋଜା ଖୋଜିରେ ନପାଇବାରୁ ପରିବାର ବର୍ଗ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ବାଳକ ମାନେ ହେଲେ କାହ୍ନା ନାୟକ(୧୫), ବିକ୍ରମ ଜେନା(୧୪), ଶୁଭମ୍ ଜେନା(୧୪),ଚିନ୍ମୟ ଜେନା(୧୫) ଏବଂ ତମ୍ବୁରୁ ନାୟକ(୧୫) ବୋଲି ଜଣାପଡ଼ିଛି। ପୋଲିସ ପ୍ରଥମିକ ତଦନ୍ତରୁ ପିଲାମାନେ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ଅନୁମାନ କରୁଛି।


ରିପୋର୍ଟ:ପ୍ରଭାତ ପାତ୍ର

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!