ଜାତୀୟ ସ୍କେଟିଂ ପ୍ରତିଯୋଗୀତା ପାଇଁ ରାଜ୍ୟ ସ୍ତରୀୟ ସ୍କେଟର ଚୟନ ଶିବିର ଅନୁଷ୍ଠିତ

0
186

ବ୍ରହ୍ମପୁର ,୦୩/୧୧: ୫୭ତମ  ଜାତୀୟ ରୋଲର ସ୍କେଟିଂ ଚମ୍ପିୟାନସିପ୍ ଡିସେମ୍ୱର ମାସ ୧୫ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି  ।  ଏହି ଚମ୍ପିୟଆନସିପରେ ୧୫ ତାରିଖରୁ ୧୭ ପର୍ଯ୍ୟନ୍ତ କ୍ୟାଡେଟ୍ ଗ୍ରୁପ୍  ଓ ୧୮ତାରିଖରୁ ୨୪ ତାରିଖରେ ସବ୍ ଜୁନିୟର, ଜୁନିୟର,ସିନିୟର ଓ ମାଷ୍ଟର ଗ୍ରୁପର ଅନୁଷ୍ଠିତ ହେବ  । ଏହି ପ୍ରତିଯୋଗୀତାକୁ ଆନ୍ଧ୍ରପ୍ରଦେଶ ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (ଆରଏସଏଫଆଇ) ପକ୍ଷରୁ ଆୟୋଜିତ କରାଯାଉଛି  ।  ଏହି ଚମ୍ପିୟଆନସିପରେ ଓଡ଼ିଶାର ସସସ୍ତ ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିବେ  । ଏଥି ପୂର୍ବରୁ ବ୍ରହ୍ମପୁରଠାରେ ରବିବାର ଦିନ ସକାଳ ୭ ଟାରୁ ସଧ୍ୟା ୫ଟା ପର୍ଯ୍ୟନ୍ତ  ସହର ଉପକଣ୍ଠ ଭାବନ୍ଧଠାରେ ଥିବା ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଶେଷ ହୋଇଛି । ଏହି କ୍ୟାମ୍ପରେ ୫ ବର୍ଷରୁ ୧୭ ବର୍ଷର ସ୍କେଟର ଓ ତା ଠାରୁ ଅଧିକା ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଚୟନ ଶିବିରକୁ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ପର୍ଯ୍ୟବେକ୍ଷକ ଫୁଲଚାନ୍ଦ, ଓଡ଼ିଶା ୟୁନିଟର ସହକାରୀ ସଂଯୋଜକ ନିମେଶ ଶର୍ମାଙ୍କ , ଅଜୟ ଭୂଷଣ ସାହୁ ଓ ଦେବାଶିଷ ପଟ୍ଟନାୟକଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା।  ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୪୦ ଜଣ ଉଭୟ ବର୍ଗ ବାଳକ ଓ ବାଳିକା ସ୍କେଟର ମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଓଡ଼ିଶା ପାଇଁ ରୋଲର ହକି ଦଳ ମଧ୍ୟ ଚୟନ କରାଯାଇଛି ।ଏହି ଚୟନ ଶିବିରରେ ଉତ୍ତମ ପ୍ରଦର୍ଶନ କରିଥିବା ସ୍କେଟର ଆସନ୍ତା ମାସରେ ବିଶାଖାପାଟଣା ଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଛନ୍ତି  । ଏହି ରାଜ୍ୟ ସ୍ତରୀୟ ଚୟନ ଶିବିରରେ ବହୁ ଅଭିଜ୍ଞ ରୋଲର ସ୍କେଟିଂ ରେଫରୀ ମାନେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସ୍କେଟର ମାନଙ୍କ ଅଭିଭାବକମାନେ ଏହି କ୍ୟାମ୍ପକୁ ସହଯୋଗ କରିଥିଲେ  ।

LEAVE A REPLY

Please enter your comment!
Please enter your name here