ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ରାଧାରାଣୀ ଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ

0
164

ପୁରୀ, ୦୫/୧୧-ଆଜି ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଗତକାଲି, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସାକ୍ଷୀଗୋପାଳରେ ପହଞ୍ଚି ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଏଥିରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯିବେ ଏବଂ ମେଟାଲ୍‌ ଡିଟେକ୍ଟର୍‌ ଦ୍ବାରା ଯାଞ୍ଚ କରାଯିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ। ଦର୍ଶନ ସାରି ଉତ୍ତରଦ୍ୱାର ପଟେ ପ୍ରତ୍ୟାବର୍ତ୍ତନ କରିବ‌େ। ପୁରୀ ପଟୁ ଆସୁଥିବା ଭକ୍ତମାନେ ମହାମାୟା ସାହି ଦେଇ ସାକ୍ଷୀଗୋପାଳ ଷ୍ଟେସନ୍‌ ପଡ଼ିଆରେ ଯାନବାହନ ପାର୍କିଂ କରିବେ। ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନଗୁଡ଼ିକ କଲେଜ ଛକ ବାଇପାସ୍‌ ରାସ୍ତାରେ ଯାଇ କୋଟ ଉପର ପଡ଼ିଆରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିପାରିବେ। ଅନ୍ୟପକ୍ଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗ ମଞ୍ଚରେ ଶ୍ରୀରାଧା ଉତ୍ସବର ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here