୧୨ କୋଟି ଟଙ୍କା ର ଗଞ୍ଜେଇ ନଷ୍ଟ କଲା ଗଜପତି ଜିଲ୍ଲା ପ୍ରଶାସନ

0
188

ପାରଳାଖେମୁଣ୍ଡି,୦୬/୧୧- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ବନ ପାହାଡ ଘେରା ଗଜପତି ଜିଲ୍ଲାର ମୋହନା ବ୍ଲକରେ ୬୨ ଏକର ବନ ଜମିରୁ ୧୨ କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଗଛକୁ ପୋଡି ପାଉଁଶ କରିଦିଆଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବ୍ଲକର ଅଡବା ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଅନ୍ତରବା ପୁରୁଣା ସାହି ନିକଟରେ ଚଢାଉ କରାଯାଇଛି । ଏହି ସମୟରେ ପ୍ରାୟ ୬୨ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଜମିରେ ୧ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ ଲାଗିଥିଲା । ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀମାନେ ଏକାଠି ହୋଇ ପ୍ରଥମେ ଗଛ କାଟିଥିଲେ ପରେ କଟାଯାଇଥିବା ଗଛ ଗୁଡିକୁ ନିଆଁ ଲଗାଇ ସେହିସ୍ଥାନରେ ହିଁ ପୋଡି ନଷ୍ଟ କରି ଦିଆଯାଇଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ୧୨କୋଟି ଟଙ୍କାରୁ ଉର୍ଦ୍ଧ ହେବବୋଲି ଏସଡିପିଓ ଅଶୋକ ମହାନ୍ତ କହିଛନ୍ତି । ଏହି ଚଢାଉରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମଜିଷ୍ଟ୍ରେଟ ଦାୟୀତ୍ୱରେ ଥିବାବେଳେ ଅଡବା ଥାନା ଅଧିକାରୀ ଅଲୋକ ରଞ୍ଜନ ଜଗଦଲା,ଅବକାରୀ ନିରିକ୍ଷକ ସୁରୀ ବାବୁଙ୍କ ସମେତ ପୋଲିସ ଅବକାରୀ ଓ ରାଜସ୍ୱ କର୍ମଚାରୀମାନେ ସାମିଲ ହୋଇଥିଲେ ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here