ବିଶ୍ବ ଶାନ୍ତି ସମିତି ପକ୍ଷ ରୁ ୧୦୦୮ ବିଷ୍ଣୁ ସହସ୍ର ପାଠ ଅନୁଷ୍ଠିତ

0
199

ବ୍ରହ୍ମପୁର, ୦୮/୧୧-: ବିଶ୍ଵଶାନ୍ତି ସମିତି ପକ୍ଷରୁ ବ୍ରହ୍ମପୁର ସ୍ଥିତ ଉମାଚରଣ ଇଂଜିନିୟରିଂ ସ୍କୁଲ ପଡିଆରେ ୧୦୦୮ ଵ୍ରହ୍ମାଣ ମାନଙ୍କୁ ନେଇ ଵିଷ୍ଣୁ ସହସ୍ର ପାଠ କରାଯାଇଥିଲା। ଏହି ଉତ୍ସବରେ ସାରା ଓଡ଼ିଶାର କୋଣ ଅନୁକୋଣରୁ ଵିଦ୍ଵାନ ମାନେ ଉପସ୍ଥିତ ହୋଇଥିଲେ। ସଭାପତି ପ୍ରଶାନ୍ତ ଦାଶ ଙ୍କ ଅଧକ୍ଷତାରେ ସଭାର ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ତିରୁପତି ସଂସ୍କୃତ ବିଶ୍ଵ ଵିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇଥିଲେ। ଆଜିର ମହତ୍ ଦିଵସ ତଥା ଏକାଦଶୀ ଓ ବିଷ୍ଣୁ ଙ୍କ ଉପରେ ଆଲୋକ ପାତ କରିଥିଲେ।ଏହି ଉତ୍ସବରେ ସକାଳେ ପଣ୍ଡିତ ଗୋପାଳ ତ୍ରିପାଠୀ , ସହଯୋଗୀ ଦୁର୍ଗାମାଧଵ ମିଶ୍ର ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିବା ବେଳେ ପଣ୍ଡିତ ବିଭୂନନ୍ଦନ ପଣ୍ଡା, ମନୋଜ କୁମାର ମହାପାତ୍ର, ଓ ସୁଧାଂଶୁ ଶେଖର କର ଙ୍କ ଦ୍ଵାରା ତୁଳସୀ ଅର୍ଚ୍ଚନ କରିଥିଲେ । ଏହି ପଵିତ୍ର ଉତ୍ସବରେ ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ । ଶେଷରେ ଆବାହକ ତଥା ସମିତିର ସମ୍ପାଦକ ରାମଶଙ୍କର ଶତପଥୀ ଅତିଥି ପରିଚୟ ଦେଇଥିଵା ବେଳେ ଓ ସମିତିର ଉପଦେଷ୍ଟା ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here