ରାଜ୍ୟ ମନ୍ତ୍ରୀ ପରିଷଦ ର ବୈଠକ, ଆସନ୍ତା ଶୀତକାଳୀନ ଅଧିବେଶନ ରେ ୮୩୦୦ କୋଟି ଅତିରିକ୍ତ ବଜେଟ ପାଇଁ ପ୍ରସ୍ତାବ

0
215

ଭୂବନେଶ୍ୱର,୦୮/୧୧-ଆଜି ଲୋକସେବା ଭବନରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଛି । ଆସନ୍ତା ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ଏହି ବୈଠକରେ ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here