ବାତ୍ୟା ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ୩ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ, କଲେଜ ଛୁଟି । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାପାଳଙ୍କ ଘୋଷଣା

0
193

 

ଭୂବନେଶ୍ୱର,୦୭/୧୧- ଆସନ୍ନ ବାତ୍ୟା ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ୨ ଦିନ ବନ୍ଦ ରହିବ ୩ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ । ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା । ଆସନ୍ତାକାଲି ଓ ଶନିବାର ଏହି ଦୁଇ ଦିନ ଛୁଟି ନେଇ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ଘୋଷଣା ।ସ୍କୁଲ, କଲେଜ ସହ ଅଙ୍ଗନୱାଡି ମଧ୍ୟ ଛୁଟି ରହିବ ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ବଡ ନିଷ୍ପତ୍ତି ୲

ତେବେ କେନ୍ଦ୍ରାପଡାରେ ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।୮ ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହେଉଥିବାରୁ ୩ ଜିଲ୍ଲାର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସେପଟେ ବତ୍ୟା ଫୋନି ର ଭୟ ପୁରୀବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ବାତ୍ୟା ଆଶଙ୍କା ସମସ୍ତଙ୍କ ଭୟଭୀତ କରିଛି । ତେବେ ଏପରି ସ୍ଥଳରେ ଲୋକେ ଭୟଭୀତ ନ ହେବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି । ବାତ୍ୟା ନେଇ ଲୋକେ ଆଦୌ ଆତଙ୍କିତ ନହୁଅନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାଶ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତ

LEAVE A REPLY

Please enter your comment!
Please enter your name here