ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା “ବୁଲବୁଲ”

0
177

 

ଭୂବନେଶ୍ୱର, ୦୮/୧୧ବାତ୍ୟା ବୁଲବୁଲ ଅତି ଭୟଙ୍କର ରୂପ ଧାରଣ କରିଛି ।  ଆଉ କିଛି ଘଣ୍ଟା ପରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ରହିବ । ସାଗରଦ୍ୱୀପ- ଖେପୁପାରା ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ଏହାପରେ ବାତ୍ୟା ବୁଲବୁଲ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ପୂର୍ବାହ୍ନରେ ପାରାଦୀପ ଠାରୁ ୩୫୦କିମି ଦୂରରେ ରହିଥିଲା । ବର୍ତ୍ତମାନ ବାତ୍ୟା ବୁଲବୁଲ ଘଣ୍ଟାକୁ ୧୨କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ତ୍ତମାନ ୩୫ରୁ ୪୫କିମି ବେଗରେ ପବନ ବହୁଛି ।

LEAVE A REPLY

Please enter your comment!
Please enter your name here