ଶେଷ ସୋମବାର କାର୍ତ୍ତିକ ମାସର ଶୈବ ପୀଠରେ ଶିବ ଭକ୍ତଙ୍କ ଭିଡ଼ ।

0
232

ହିଞିଳିକାଟୁ ,୧୧/୧୧:- କାର୍ତ୍ତିକ ମାସର ଶେଷ ସୋମବାର ଉପଲକ୍ଷେ ହିଞିଳିକାଟୁ ପୋୖରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ଦେବ ଦେବ ମହାଦେବ ଶୈବପୀଠ ମାନଙ୍କରେ ଦିନ ତମାମ ଶିବ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଶୈବପୀଠ ରେ ହରହର ମହାଦେବ ଧ୍ୱନୀରେ ମନ୍ଦିର ପରିସରରେ କମ୍ପିଉଠିଥିଲା ।ବହୁ ଅଷ୍ଟପ୍ରହରି ରାମ ସଂକୀର୍ତ୍ତନ ରେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ କରି ଶିବଙ୍କ ଦର୍ଶନ କରିଥିଲେ ।ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ହିଞିଳି ସ୍ୱପ୍ନେଶ୍ବର ,ନୁଆଁଗଡ ବାଲୁଙ୍କେଶ୍ୱର, ଲଷ୍ମୀ ବଜାର ଚନ୍ଦ୍ରକଳ୍ପେଶ୍ୱର,ଆଙ୍କୋରଡା କପିଳେଶ୍ୱର ବଇଞ୍ଚବଣିଆ କାଶିବିଶ୍ୱନାଥ,ଆଖପାଖ ଅଞ୍ଚଳର ବୁରୁପଡା ଶ୍ୟାମଳାଇ ପୀଠରେ ମୁଦୁକେଶ୍ୱର,ବେଲଗାଁ ବେଳେଶ୍ୱର, ଅନ୍ତରିଗାଁ ଗୁପ୍ତେଶ୍ଵର ଆଦି ଗ୍ରାମରେ ଥିବା ଶୈବପୀଠ ଗୁଡିକରେ ଦର୍ଶନ ଲାଗି ଭକ୍ତ ମାନଙ୍କ ଭିଡ ଦିନତମାମ ଲାଗିରହିଥିଲା
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here