ବିଜେପିର ମଣ୍ଡଳ ନିର୍ବାଚନ ବୈଠକ ଅନୁଷ୍ଠିତ

0
148

ହିଞିଳିକାଟୁ :୧୧/୧୧/୧୯ :ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡା ସ୍ଥିତ ମାଁ ଶ୍ୟାମଳାଇ ପୀଠ ପ୍ରାଙ୍ଗଣରେ ରବିବାର ବିଧାନସଭା ମଣ୍ଡଳ ନିର୍ବାଚନ ବୈଠକ ହିଞିଳିକାଟୁ ନଗର ମଣ୍ଡଳ ସଭାପତି ମାଧବ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟ ସ୍ୱଚ୍ଛ ଭାରତ ସଭାପତି ବରିଷ୍ଠ ବିଜେପି ନେତା ମହେଶ ମହାନ୍ତି, ଡିଆରଓ ସୁରଥ ବିଶ୍ୱାଳ ଓ ଏଡିଆରଓ ସରୋଜ ସାବତ ,ହିଞିଳିକାଟୁ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିଶିର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ହିଞିଳି ବିଧାନସଭା ସମସ୍ତ ମଣ୍ଡଳର ପଦାଧିକାରୀଙ୍କ ସହ ଜଣ ଜଣ କରି ଆଲୋଚନା କରିବା ସଙ୍ଗେ ସଙ୍ଗେ ଗୋଟିଏ ମଣ୍ଡଳରେ ୬୧ ଜଣିଆ କମିଟି ହେବ ସେ କମିଟିରେ ସଦସ୍ୟ ହେବେ ସମସ୍ତ ମେମ୍ବର ଏକଜୁଟ ହେବାକୁ ପଡ଼ିବା ନିମନ୍ତେ ଅତିଥିମାନେ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଦେବାନନ୍ଦ ମହାପାତ୍ର, ହିଞିଳିମଣ୍ଡଳର ମହିଳା ସ୍ୱଚ୍ଛ ଭାରତ ସଭାନେତ୍ରୀ ମୀନାକ୍ଷୀ ପଣ୍ଡା,ସୀମାଞ୍ଚଳ ଖୁଣ୍ଟିଆ, ତ୍ରିଲୋଚନ ତ୍ରିପାଠୀ, ଶିବରାମ ଗୌଡ଼, ସନ୍ତୋଷ କୁମାର ପାଣିଗ୍ରାହୀ, ଭୁବନେଶ୍ୱର ଗୌଡ଼, ବିଷ୍ଣୁ ଖାଡଙ୍ଗା, ବାସୁଦେବ ପଣ୍ଡିତ ଜଗନ୍ନାଥ ପ୍ରଧାନ, ପିତଳ ମଣ୍ଡଳର ଜିଲ୍ଲା ସମ୍ପାଦକ ବିକାଶ ଆଚାର୍ଯ୍ୟ,ମଣ୍ଡଳ ସଭାପତି ପ୍ରମୋଦ କୁମାର ପଣ୍ଡା, ବ୍ରାହ୍ମଣଛାଇ ପୂର୍ବତନ ସରପଞ୍ଚ ନୟନ କୁମାର ମଲ୍ଲିକ, ନୀଳମଣି ସ୍ୱାଇଁ, ଶେରଗଡ ମଣ୍ଡଳର ସଭାପତି ଜୟରାମ ସ୍ୱାଇଁ, ସୁଶାନ୍ତ ସେଠୀ, ରାମକୃଷ୍ଣ ପାତ୍ର,ଜଗନ୍ନାଥ ପାତ୍ର, କଞ୍ଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here