ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିର ରେ ରୁଦ୍ରାଭିଷେକ ଓ ଦୁଗ୍ଧାଭିଷେକ ଅନୁଷ୍ଠିତ

0
171

ବ୍ରହ୍ମପୁର, ୧୧/୧୧- ବ୍ରହ୍ମପୁର ସାନ ବଜାର ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିର ପ୍ରଙ୍ଗଣରେ ଆଜି କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ରୁଦ୍ରାଭିଷେକ ଏବଂ ସଂନ୍ଧ୍ଯା ରେ ଏକ ବିରାଟ ଦୁଗ୍ଧାଭିଷେକ କାର୍ଯ୍ୟକ୍ରମ ମହାଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତମାନଙ୍କ ଯୋଗଦାନ ରେ ମନ୍ଦିର ରେ ଏକ ଆଧ୍ଯାତ୍ମିକ ପରିବେଶ ଦେଖାଯାଇଥିଲା।ଅପରାହ୍ନ ରେ ଅନ୍ନଯଜ୍ଞ ରେ ୧୦ ହଜାର ଭକ୍ତ ଅନ୍ନପ୍ରସାଦ ସେବନ କରିଥିଲେ। ସଂନ୍ଧ୍ଯା ରେ ମନ୍ଦିର ପ୍ରଙ୍ଗଣରେ ଭଜନ ସମାରୋହ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଆଜି ର କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ପକ୍ଷ ରୁ ସୁଚାରୁରୂପେ ପରିଚାଳିନା କରିଥିଲେ।

LEAVE A REPLY

Please enter your comment!
Please enter your name here