ସୁରତ୍ ରେ ମୃତ୍ଯୁବରଣ କରି ଅଙ୍ଗଦାନ କରିଥିବା ଓଡିଆ ପୁଅ ସୁରଜ ପରିବାର ଙ୍କୁ ମୂଖ୍ଯମନ୍ତୀ ରିଲିଫ ପାଣ୍ଠି ରୁ ୫ ଲକ୍ଷ ସହାୟତା ସହ ବାସଗୃହ ପ୍ରଦାନ ପାଇଁ ଘୋଷଣା ସହ” ସୁରଜ ” ନାମରେ ପୁରସ୍କାର ପ୍ରଦାନ ପାଇଁ ଘୋଷଣା।

0
244

ବ୍ରହ୍ମପୁର ,୧୧/୧୧–ଗୁଜରାଟ ର ସୁରତ୍ ସହର ରେ ଅଙ୍ଗଦାନ କରି ଅମର ହୋଇଥିବା ଭଂଜନଗର ଅଚଂଳ ର ଓଡିଆ ପୁଅ ସୁରଜ ଙ୍କ ନାମ ରେ ଦିଆଯିବ ପୁରସ୍କାର । ମୃତ ସୁରଜ ଙ୍କ ବାପାମାଆ ଙ୍କୁ ଭେଟିବା ପରେ ତାଙ୍କ ପୁଅ ପାଇଁ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସୁରଜ ପରିବାର ଙ୍କୁ ମୂଖ୍ଯମନ୍ତୀ ଙ୍କ ରିଲିଫ ପାଣ୍ଠି ରୁ ୫ ଲକ୍ଷ ସହାୟତା ସହ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ପ୍ରଦାନ ପାଇଁ ଘୋଷଣା କରିଛନ୍ତି।ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୁରଜ ପୁରସ୍କାର’ । ସୁରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲସିଂ ଗାଁର ସୁରଜ ସେଠୀ ଗତ ଅକ୍ଟୋବର ୨୯ରେ ସୁରତ୍ ରାସ୍ତାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ୪ ଦିନ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ନଭେମ୍ବର ୨ ତାରିଖରେ ଆଖି ବୁଜିଥିଲେ ସୁରଜ । ହେଲେ ମୃତ୍ୟୁ ପୂର୍ବରୁ ସୁରଜ ନିଜ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଦାନ କରିଥିଲେ । ହୃତପିଣ୍ଡ, ଲିଭର, କିଡନୀ ଓ ଚକ୍ଷୁ ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିଲେ । ତେବେ ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୋଇଥିବା ସୁରଜଙ୍କ ଏଭଳି ମହତ୍ କାମ ପାଇଁ ସାରା ଓଡିଶା ଗର୍ବ କରୁଥିବା ବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୁରଜଙ୍କ ଏଭଳି ମହତ୍ କାମ ପାଇଁ ସୁରଜ ର ବାପାମାଆଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here