କାଠ ଚୋରା ଚାଲାଣରେ ଦୁଇ ଗିରଫ

0
157

ପାରଳାଖେମୁଣ୍ଡି, ୧୨/୧୧– ଗଜପତି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରୁ ଚନ୍ଦନ ଓ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ବେଳେ ଦୁଇ ଜଣ ଅବକାରୀ ବିଭାଗ ଗିରଫ କରିଛି। ରବିବାର ଦିନ ରାତିରେ ଜଣେ ବ୍ୟକ୍ତି ବାସ କାଠ ଧରି ଟ୍ରେନ ଯୋଗେ ଯିବା ପାଇଁ ପାରଳାଖେମୁଣ୍ଡି ରେଳଷ୍ଟେସନ ରେ ଅପେକ୍ଷା କରିଥିଲା। ଏହି ସମୟରେ ବନ ବିଭାଗ ଚଢାଉ କରି ଉକ୍ତ ବ୍ୟକ୍ତି ଠାରୁ ୮୨ କିଲୋ ର ବାସ ଚନ୍ଦନ କାଠ ଜବତ କରିଥିଲା। ଏହା ସହ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଜଣକ ହେଉଛି ଆଝାରୁଦ୍ଧିନ୍ ଖାନ୍ ତାଙ୍କ ଘର ଖୋର୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଆଝାରୁଦ୍ଧିନ୍ ଖାନ୍ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ସେହିଭଳି ୭୫ କିଲୋ ରକ୍ତ ଚନ୍ଦନ କାଠ ଚୋରାଚାଲାଣ ଅଭିଯୋଗରେ ବନବିଭାଗ ଗଜପତି ଜିଲ୍ଲା କାଞ୍ଜିଲିଙ୍ଗ ନିକଟ ତାଳ ମୁଣ୍ଡା ଗ୍ରାମର ସୁରେଶ ଭୂୟାଁକୁ ମହେନ୍ଦ୍ର ବନାଚଂଳ ଅଧିକାରୀ ପବିନ ପରିଛା କହିଛନ୍ତି। ରବିବାର ରାତିରେ ମହେନ୍ଦ୍ର ବନାଚଂଳ କର୍ମଚାରୀମାନେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଗଣ୍ଡାହାତୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସୁରେଶ ଯାଉଥିବା ବେଳେ ତାକୁ ଦେଖି ଅଟକାଇ ଯାଞ୍ଚ କଲାବେଳେ ତାହା ଠାରୁ ୭୫ କିଲୋ ରକ୍ତ ଚନ୍ଦନ କାଠ ଜବତ ହୋଇଥିଲା। ପରେ ତାକୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଉଭୟ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here