ପାରଳାଖେମୁଣ୍ଡି ରେ ବୁଲା କୁକୁର ଉତ୍ପାତ, ପୈାରପରିଷଦ ଚୁପ୍

0
223

ପାରଳାଖେମୁଣ୍ଡି,୧୨/୧୧-ପାରଳାଖେମୁଣ୍ଡି ରେ ଦିନକୁଦିନ ବୁଲା କୁକୁର ର ସଂଖ୍ୟା ବଡିବା ରେ ଲାଗିଛି । ପ୍ରତ୍ୟେକ ଛକ ସାହି ଗଳି ମାନଙ୍କ ରେ ଆଡ଼ା ଜମାଇ ବସିଥାନ୍ତି ବୁଲା କୁକୁର , ଯଦି ରାତି ରେ କେହି ଆସିଥାନ୍ତି ତାହେଲେ ବୁଲା କୁକୁର ର ଶିକାର ସୁନିଶ୍ଚିତ। ରାତି ରେ ଯଦି କେହି ବାହାର କୁ ଯାଇଥାନ୍ତି ଆସିବ ସମୟ ରେ ପ୍ରତ୍ୟେକ ଛକ ରେ ବୁଲା କୁକୁର ଦଳଦଳ ହୋଇ ଲୋକ ଙ୍କୁ ଗୋଡେଇ ବା ସହ କାମୁଡି ଥାନ୍ତି ,ଏଭଳି ବୁଲା କୁକୁର ଗାଇ ଷଣ୍ଢ ରାସ୍ତା ଉପରେ ରହିବା ଦ୍ଵାରା ଛାତ୍ରଛାତ୍ରୀ ବୟସ୍କ ଲୋକ ଯିବାଆସିବା ର ଅସୁବିଧା ସହ ଦୁର୍ଘଟଣା ହେବାର ଜଣାପଡିଛି , ଏମିତି କି କିଛିଦିନ ପୂର୍ବରୁ ହାଟପଦା ଛକ ନିକଟ ରେ ଜଣେ ୬୫ବର୍ଷିୟା ମହିଳା କୁ ଷଣ୍ଢ ମାରି ମୁତ୍ୟୁ ହୋଇଥିବା ସହ ସଦରା ବନ୍ଧ ଛକ ଠାରେ ୭୫ ବର୍ଷୀୟ ବୃଦ୍ଧା କୁ ଷଣ୍ଢ ମାରି ଆଜି ପଯ୍ୟନ୍ତ ଚିକିତ୍ସିତ ଅବସ୍ଥା ରେ ରହିଛନ୍ତି । ବହୁବାର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛି । ପାରଳାଖେମୁଣ୍ଡି ରେ ବର୍ତ୍ତମାନ ବୁଲା କୁକୁର ର ସଂଖ୍ୟା ଏତେ ବଡିଯାଇଛି ଯେ ରାତି ରେ ଯିବା ଆସିବା କରିବା କୁ କେହି ସାହସ କରିପାରୁନାହାନ୍ତି ।


ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here