ବୋଇତ ଭସାଣ ଓ ହରିନାମ ସଂକୀର୍ତ୍ତନରେ ଅଞ୍ଚଳ ଚଳଚଞ୍ଚଳ।

0
209

ହିଞିଳିକାଟୁ ୧୨/୧୧:- କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରମ୍ପରିକ ବୋଇତ ଭଷାଣ ଓ ୨୪ ପହରୀ ହରିନାମ ସଂକୀର୍ତ୍ତନରେ ଶୁକ୍ରବାର ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇଛି ।ଏହି ଅବସରରେ ରଙ୍ଗ ବେରଙ୍ଗର ବୋଇତ ଓ ପୂଜା ଦ୍ରବ୍ୟ ସହ ଆବାଳବୃଦ୍ଧ ବନିତା ନିକଟସ୍ଥ ନଦୀ , ପୋଖରୀ ଓ ଜଳାଶୟରେ ସମବେତ ଥିଲେ ।
ବୋଇତ ବନ୍ଦାଣ ର ଓ ଦ୍ବୀପ ଲଗାଇ ବନ୍ଦାପନା କରି ” ଆ କା ମା ବୈ “ପାନ ଗୁଆ ଥୋଇ ,ପାନ ଗୁଆ ତୋର ମାସକ ଧରମ ମୋର, ଉଚ୍ଚାରଣ କରି ହର୍ଷଉଲାସ ରେ ହବିଶାଳୀ ମାନଙ୍କ ସମେତ ବହୁ ଶିଶୁ ମାନେ କଦଳୀ ପଟ ବୋଇତ ଭସାଣି ସମ୍ପନ୍ନ କରିଥିଲେ।ପରେ ବିଭିନ୍ନ ଦେବାଦେବୀ ମନ୍ଦିରର ଦର୍ଶନ ସାରି ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ କୃପାଭିକ୍ଷା କରିଥିଲେ ।ସକାଳ ସମୟରେ ଭସାଣି ସ୍ଥଳଗୁଡିକ ପ୍ରବଳ ଭିଡ ହୋଇଥିବା ବେଳେ ହରିନାମ ସଂକୀର୍ତ୍ତନ ଅଞ୍ଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରାମାଞ୍ଚଳର ଆଧ୍ୟାତ୍ମିକ ପ୍ରେମି ପିତବସ୍ତ୍ର ପରିଧାନ କରି ବାଦ୍ୟ ବାଜଣା ସହ ସୁମଧୁର ତାଳେ ତାଳେ ବିଭିନ୍ନ ମନ୍ଦିର ପରିଭ୍ରମଣ କରିଥିଲେ।
ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ ପରିସର ଓ ଗ୍ରାମାଞ୍ଚଳ ଗୁଡ଼ିକରେ ଏକ ଭକ୍ତି ମୟ ପରିବେଶ ଦେଖାଦେଇଥିଲା । ହରି ନାମ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ଓ ଚଳଚଞ୍ଚଳ ହୋଇଉଠିଥିଲା । ଏଥି ସହ ସ୍ଥାନେ ସ୍ଥାନେ ସାତ୍ତ୍ୱିକ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here