କଟାମୁଣ୍ଡ ନେଇ ଫେରାର ଥିବା ହତ୍ୟାକାରି ଗିରଫ

0
179

ପାରଳାଖେମୁଣ୍ଡି , ୧୪/୧୧–ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହତ୍ୟା କାଣ୍ଡର ମୁଖ୍ୟ ଆସାମୀକୁ ମହନା ପୋଲିସ ଗିରଫ କରିଛି। ଶରୀରରୁ ମୁଣ୍ଡ କାଟି ନେଇଥିବା ମୁଣ୍ଡଟିକୁ ପୋଲିସ ଉଦ୍ଧାର କରିଛି। ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ମହନା ଥାନା ମେରାମଲ୍କି ପଞ୍ଚାୟତର ମେରେମା ସୈାରାସାହି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧ ଦାସୁ ମଳିକକୁ ଅତି ନିର୍ମମ ଭାବରେ ହତ୍ୟା କରି ମୁଣ୍ଡକୁ କାଟି ନେଇ ମଙ୍ଗଳବାର ଦିନ ଫେରାର ହୋଇଯାଇଥିଲେ। ଦାସୁ ମଳିକଙ୍କ ପୁଅର ଅଭିଯୋଗକୁ ନେଇ ମୋହନା ପୋଲିସ ତଦନ୍ତ କରି ହତ୍ୟା କାଣ୍ଡର ମୁଖ୍ୟ ଆସାମୀ ସାନୁଜ ମଲିକ ଓରଫ ସଞ୍ଜୁକୁ ଆଜି ଗିରଫ କରାଯାଇଛି। ହତ୍ୟାକାରି ଗତ ମଙ୍ଗଳବାର ଦିନ ମୁଣ୍ଡ କାଟି ନେଇ ନିକଟସ୍ଥ ମେରାଙ୍ଗପୁର ନାମକ ଏକ ପାହାଡିଆ ନାଳ ମଧ୍ୟରେ ପୋତି ଦେଇଥିଲା। ପୋଲିସ ହତ୍ୟାକାରିକୁ ଗିରଫ କରିବା ପରେ ସେ ସବୁ ବିଷୟ ପୋଲିସ ଆଗରେ କହିଥିଲା। ହତ୍ୟାକାରିକୁ ସେହି ନାଳ ନିକଟକୁ ପୋଲିସ ନେବା ପରେ ନାଳରୁ ମୁଣ୍ଡଟିକୁ ଖୋଳି ବାହାର କରିଥିଲା। କଟା ମୁଣ୍ଡ ଜବତ କରି ହତ୍ୟାକାରିକୁ କୋର୍ଟ ଚାଲାଣ କରାଯିବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here