ଶିକ୍ଷାନୁଷ୍ଠାନ ଗୁଡିକରେ ଶିଶୁ ଦିବସ ପାଳିତ ।

0
175

ହିଞିଳିକାଟୁ, ୧୪/୧୧:- ସ୍ଥାନୀୟ ପୋୖର ପରିଷଦ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପରିସର ମଧ୍ୟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଦିବସରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ପ୍ରଥମେ ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିଶୁ ଦିବସ ପାଳନର ତାପର୍ଯ୍ୟ ଓ ନେହେରୁଙ୍କ ଜୀବନ ତଥା କାର୍ଯ୍ୟ ଦକ୍ଷତା ଉପରେ ବିବରଣୀ ପ୍ରଦାନ କରିଥିଲେ । ହିଞିଳିକାଟୁ ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ,ନୂଆଗଡ, ହିଞିଳି ,ରେଗିଡି ,ବଇଞ୍ଚ ବଣିଆ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଧରିତ୍ରୀ ପବ୍ଲିକ ସ୍କୁଲ ସମେତ ହିଞିଳିକାଟୁ ବ୍ଳକ ମଧ୍ୟରେ ଥିବା ଶିକିରି, ବୁରୁପଡା ପୋଡ଼ଙ୍ଗୀ କଞ୍ଚୁରୁ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ବେଲଗାଁ ,ଦୁର୍ବନ୍ଧ ନନ୍ଦିକ ,ରାଳବ ସମେତ ବିଭିନ୍ନ ଗ୍ରାମରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିଶୁ ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ଗୁଡିକରେ ଏହି ଦିବସ ଉପଲକ୍ଷେ ବକୃତା, ଚିତ୍ରାଙ୍କନ, ନୃତ୍ୟ ସଙ୍ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କାନ୍ଥର ପତ୍ରିକା ଉଦଘାଟନ କରାଯାଇଥିଲା ।ଏହି ଅବସରରେ ଇକୋ କ୍ଲବ ସାମିଲ ହୋଇ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରତେକ ଛାତ୍ରଛାତ୍ରୀ ଚାରାରୋପଣ କରିଥିଲେ । ଗଛଗୁଡିକ ବଡ ହେବା ପଯ୍ୟନ୍ତ ତାହାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ । ଏହି ଦିବସରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here