ଗଜପତିରେ ଅଲୋଡା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ

0
189

ପାରଳାଖେମୁଣ୍ଡି, ୧୪/୧୧– ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଗଜପତି ଜିଲ୍ଲାରେ ଅଣଦେଖା କରାଯାଇଛି।
ଆଜି ନେହେରୁଙ୍କ ଜନ୍ମ ଦିନ ସାରା ଭାରତରେ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି। ଆଜି ଶିଶୁ ଦିବସ ଏବଂ ନେହେରୁଙ୍କ ଜନ୍ମ ଦିନ ଭଳି ପବିତ୍ର ଦିନରେ ପାରଳାଖେମୁଣ୍ଡି ସହରରେ ନେହେରୁଙ୍କ ପରି ଜଣେ ମହାପୁରୁଷ ଅଲୋଡା ହୋଇପଡିଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପୈାରପରିଷଦ ଅଧିନରେ ଥିବା କବିଚନ୍ଦ୍ର ରଘୁନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି ଏକ ମାତ୍ର ଜବାହରଲାଲ ନେହେରୁ ପ୍ରତିମୁର୍ତ୍ତି । ସାରା ଦେଶରେ ଆଜି ଶିଶୁ ଦିବସ ଓ ନେହେରୁଙ୍କ ଜନ୍ମ ଦିନ ମହା ଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ଏଠାରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଇଛି। ଜିଲ୍ଲା ପ୍ରଶାସନ , ପୈାରପାଳିକାଙ୍କ ଦୃଷ୍ଟିକୁ ନେହେରୁ ଦେଖାଯାଉନାହାନ୍ତି। ମହାନ୍ ପୁରୁଷଙ୍କ ସ୍କୃତିଚରଣ କରିବା ଦୂରର କଥା ଗୋଟିଏ ଫୁଲ ସୁଦ୍ଧା ନେହେରୁଙ୍କ ପ୍ରତିମୂର୍ତ୍ତିୀ ରେ ଦିଆଯାଇ ନାହିଁ। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଯିବା ସହ ଉଦ୍ ବେଗ ପ୍ରକାଶ ପାଇଛି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here