ନିଜେ ରକ୍ତ ଦାନ କରି, ରକ୍ତ ଦାନ ଶିବିର ଉଦଘାଟନ କରିଲେ ଗଞ୍ଜାମ ଜିଲ୍ଲାପାଳ

0
271

ବ୍ରହ୍ମପୁର,୧୪/୧୧–ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏକ ରକ୍ତଦାନ ଶିବିରକୁ ଉଦଘାଟନ କରି ନିଜେ ରକ୍ତ ଦାନ କରି ସମସ୍ତକୁଂ ଉସ୍ଛାହିତ କରିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। “ମୋ ହସ୍ପିଟାଲ ମୋ ଗର୍ବ ” କାଯ୍ୟକ୍ରମ ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ନିଜେ ରକ୍ତଦାନ କରି ଉପସ୍ଥିତ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ଥାନରେ ରୋଗୀ ରକ୍ତ ବୁନ୍ଦାଏ ପାଇଁ ଛଟପଟ ହୋଇ ମରୁଛନ୍ତି । “ମୋ ହସ୍ପିଟାଲ ମୋ ଗର୍ବ” ଦ୍ବାରା ଲୋକକୁଂ ଉତ୍ତମ ସ୍ବାସ୍ଥ୍ୟସେବା ସହ ହସ୍ପିଟାଲର ବିକାଶ କେମିତି ହେବ ସେନେଇ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here