ପ୍ରାଧୀକରଣ ଦ୍ବାରା ଶିଶୁ ଦିବସ ପାଳନ

0
215

ବ୍ରହ୍ମପୁର, ୧୪/୧୧– ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଗଞ୍ଜାମ ଦ୍ବାରା ଆଜି ବ୍ରହ୍ମପୁର ସ୍ଥିତ ମଦର ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳନ କରାଯାଇଛି। ପ୍ରାଧୀକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିଲେ। ଏହାସହ ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ମହାପାତ୍ର, ସ୍କୁଲ କ୍ଲବ ଭାରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତି ଲତା ଦେବୀ ଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ। ଶିଶୁ ଦିବସ ପାଳନ ର ତାପର୍ଯ୍ୟ ଓ ସେମାନଙ୍କ ନିମନ୍ତେ ଥିବା ଆଇନଗତ ଅଧିକାର ବିଷୟ ରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ କତ୍ତୃପକ୍ଷ ଓ ପ୍ରାଧୀକରଣ କାର୍ଯ୍ୟାଳୟ ସୁଚାରୁରୂପେ ପରିଚାଳିନା କରିଥିଲେ।

LEAVE A REPLY

Please enter your comment!
Please enter your name here