ଆସିକା :ବିଚାରଧିନ କଏଦୀର ମୃତ୍ୟୁ

0
358

ଆସିକା,୧୫/୧୧– ଆଜି ଗଞାମ ଜିଲ୍ଲା ଅାସିକା ସବ-ଜେଲ ରେ ଜଣେ ବିଚାରଧିନ କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ଧରାକୋଟ ଥାନା ବାଦଗଡ ଗାଁର ଡାକ ସାହୁ ବୋଲି ଜଣାପଡିଛି । ଗତ ପନ୍ଦର ଦିନ ତଳେ ବାଦଗଡ ଗାଁର ବହୁ ଚର୍ଚ୍ଚିତ ବାବୁ ପ୍ରଧାନ ହତ୍ୟା ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଥିଲା । ତେବେ ଆଜି ହଠାତ ତାର ମୃତ୍ୟୁ ଘଟିଥିବା ବେଳେ ଆସିକା ମେଡିକାଲ ର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଆସିକା ଥାନା ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି।ଘଟଣାର ଅଧିକ ତଦନ୍ତ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଜାରି ରଖିଛନ୍ତି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here