ସାହାପୁର ପଞ୍ଚାୟତରେ ମୋ ଗାଁରେ ମୋ ତହସିଲ କାର୍ଯ୍ୟକ୍ରମ ।

0
275

ହିଞିଳିକାଟୁ୧୫/୧୧:- ହିଞିଳିକାଟୁ ତହସିଲ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବ୍ଳକ ଅନ୍ତର୍ଗତ ସାହାପୁର ପଞାୟତ କାର୍ଯ୍ୟାଳୟ ପରିସରରେ “ମୋ ଗାଁରେ ମୋ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବ୍ଳକ ପ୍ରଶାସନ ତରଫରୁ ମୋ ନିବେଦନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ଏଟିଓ ଦେବରାଜ ପାତ୍ରଙ୍କ ଉପସ୍ଥିତ ରେ ସମୁଦାୟ ୧୩୦ ଜଣ ଆବେଦନକାରୀ ନାମ ପଞ୍ଜିକରଣ କରାଯାଇଅଛି ।ସେମାନଙ୍କ ମଧ୍ୟରୁ ପଟ୍ଟା ପ୍ରଦାନ ୯୭ ଜଣକୁ, ଗ୍ରାମକଣ୍ଠକ ଆବେଦନ ୬ ଜଣଙ୍କ ମିସଲେନିଏସ ସାର୍ଟିଫିକେଟ ୨୨ଜଣ ସମେତ ମାମଲା ଫଇସଲା ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହୋଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ,ରାଜସ୍ବ ନିରୀକ୍ଷକ ସପ୍ନେସ୍ୱର ପାଳ, ଅମିନ,ରେକର୍ଡ କିପର ଗୋୖରୀ ସାହୁ, ତାରାପ୍ରସାଦ ମିଶ୍ର, ସସ୍ମିତା ମଲ୍ଲିକ ସମେତ ତହସିଲ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here