ସ୍ମୀତାରାଣି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ଜିଲ୍ଲା ଏସପି, ମହିଳା କମିଶନର ଅଧ୍ୟକ୍ଷା ବହିଷ୍କାର ନହେବା ପର୍ଯ୍ୟନ୍ତ ବିଜେପିର ବିଧାୟକ ମାନେ ପ୍ରତିବାଦ ଜାରି ରଖିବେ: ପ୍ରଦୀପ୍ତ ନାଏକ ବିଧାନସଭାରେ କଳାପଟି ବାନ୍ଧି ପ୍ରତିବାଦ କରିଲେ ବିଜେପିର ବିଧାୟକମାନେ

0
425

ଭୁବନେଶ୍ୱର, ତା.୧୫/୧୧: ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା ମାନେ ଆରମ୍ଭ କରିଥିଲେ, ଯାହାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା ପରବର୍ତୀ ସମୟରେ ଆହୁରି ଆଗକୁ ନେଲେ ତାକୁ ଆଜି ରାଜ୍ୟ ସରକାରଙ୍କର ମନ୍ତ୍ରୀ ସେଥିରେ ମୋହର ମାରିଲେ । ଗୋଟିଏ କର୍ମଜିବି ମହିଳାଙ୍କୁ ନ୍ୟାୟ ଦେବାରେ ଏ ସରକାର ସମ୍ପୃର୍ଣ୍ଣ ବିଫଳ ହେଲା । ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ । ଏହା ନହେବା ପର୍ଯ୍ୟନ୍ତ ବିଜେପିର ବିଧାୟକ ଦଳ ତାର ସଂଗ୍ରାମ ଜାରି ରଖିବ । ବିଧାନସଭାରେ ବିଜେପିର ବିଧାୟକମାନେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିବେ ବୋଲି ବିଜେପି ବିଧାୟକ ଦଳର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ।

ଶ୍ରୀ ନାଏକ କହିଛନ୍ତି ଯେ, ମୃତ ସ୍ମୀତାରାଣିଙ୍କର ବାପା ଗତକାଲି ମନ୍ତ୍ରୀଙ୍କର ବୟାନ ପରେ ଯାହା କହିଲେ ତାହା ଅତ୍ୟନ୍ତ ଚିନ୍ତାଜନକ । ସେ କହିଛନ୍ତି ଯେ ସେ ଥାନାରେ ଏଫଆଇର ଦେବା ବେଳେ ଜଣେ ପୋଲିସ ଅଧିକାରି ତାଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ । ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନଥାଏ । ହେଲେ ନିଜେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ, ସେ ତାହା କେଉଁ ସୁତ୍ରରୁ ଜାଣିଲେ । ସ୍ମୀତାରାଣିଙ୍କୁ ତଂଟିଚିପି ହତ୍ୟା କରାଯାଇଛି, ଯାହା ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ବୋଲି ବାହାରିଛି ।

ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ ଆଣିବା ପାଇଁ ଚାହିଁଥିଲୁ । ହେଲେ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ । ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦିୟ ପରମ୍ପରା । ସ୍ୱାଭାବିକ ଭାବେ ବିଜେପିକୁ ବାଚସ୍ପତି ଗୃହରେ ପ୍ରସଙ୍ଗ ରଖିବା ପାଇଁ ଦେବା କଥା । ହେଲେ ବାଚସ୍ପତି ମହୋଦୟ କଂଗ୍ରେସ ଦଳକୁ ଏହି ବିଷୟରେ ମୁଲତବି ପ୍ରସ୍ତାବରେ ଆଲୋଚନା କରିବା ପାଇଁ ସୁଯୋଗ ଦେଲେ । ଥରେ ଯେନତେନ ପ୍ରକାର ଆଲୋଚନା କରି ଏହି ପ୍ରସଙ୍ଗର ଆଲୋଚନାକୁ ଶେଷ କରିବା ପାଇଁ ବାଚସ୍ପତି ଚାହୁଁଥିଲେ । ତେଣୁ ସେ ମୁଖ୍ୟ ବିରୋଧି ଦଳ ବିଜେପିକୁ ସୁଯୋଗ ନଦେଇ କଂଗ୍ରେସକୁ ଦେଲେ ବୋଲି ପ୍ରଦୀପ୍ତ କହିଛନ୍ତି ।

ପ୍ରଦୀପ୍ତ କହିଛନ୍ତି ଯେ, ବାଚସ୍ପତି ଥରେ ବି ହେଲେ ପଚାରିଲେ ନାହିଁ ବିରୋଧିଦଳର ନେତା କଣ କହିବା ପାଇଁ ଚାହୁଁଛନ୍ତି । ଓଡିଶା ବିଧାନସଭା ଇତିହାସରେ ଏହା ପ୍ରଥମଥର ପାଇଁ ଘଟିଲା । ଆମେ ଚାହୁଁଥିଲୁ ମୋସନ ଆସିଥାନ୍ତା ଓ ସିବିଆଇ ତଦନ୍ତ ପାଇଁ ରୁଲିଙ୍ଗ ହୋଇଥାନ୍ତା । ହେଲେ ତାହା ନକରାଇ ଦେବା ପାଇଁ କଂଗ୍ରେସ-ବିଜେଡି ହାତ ମିଳାଇଲେ । ଶାସକ ଦଳ ଓ ସରକାରଙ୍କୁ ଆରାମରେ ମୁକୁଳାଇ ଦେଲା କଂଗ୍ରେସ । ବିଧାନସଭାରେ ବିଜେପି ତାର ଲଢେଇ ଜାରି ରଖିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏବଂ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here