ଗଜପତି ଜିଲ୍ଲା ପୋଲିସ ଙ୍କ ଦ୍ଵାରା ମାଗଣା ସ୍ବାସ୍ଥ୍ଯ ଶିବିର

0
175

ପାରଳାଖେମୁଣ୍ଡି , ୧୬/୧୧-
ଗଜପତି ପୋଲିସ ଦ୍ୱାରା ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଏସପି ସାରା ଶର୍ମା ଏହାକୁ ଉଦ୍‌ଘାଟନ କରିଥିଲେ । ରାଣୀପେଣ୍ଠ ଖ୍ରୀଷ୍ଠିୟାନ ଚକ୍ଷୁ ଡାକ୍ତରଖାନା ତରଫରୁ ଅଭିଜ୍ଞ ଚକ୍ଷୁ ଡାକ୍ତର ନିର୍ମଳା ରାଓ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏହି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ଶତାଧିକ ଲୋକେ ଏହି ଶିବିରରେ ଚକ୍ଷୁ ଚିକିତ୍ସା କରି ମାଗଣାରେ ଓ୍ୟଷଦ ପାଇଥିଲେ । ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here