ଜାତୀୟ ପ୍ରେସ୍ ଦିବସ ପାଳିତ

0
173

ବ୍ରହ୍ମପୁର, ୧୬/୧୧ –ବ୍ରହ୍ମପୁରରେ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କ ସଂଯୋଜନାରେ ଏହି ଅବସରରେ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ, ଜଗନମୋହନ ମହାପାତ୍ର, ପ୍ରକାଶ ପଟ୍ଟନାୟକ ଓ ଜ୍ଞାନ ରଞ୍ଜନ ରଥ ଆଲୋଚନାଚକ୍ରରେ ଯୋଗଦାନ କରି ଗଣମାଧ୍ୟମର ଭୂମିକା ବିଶେଷ କରି ଗଣପ୍ରତିନିଧିଙ୍କ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ନିଜ ନିଜର ମତ ରଖିଥିଲେ । ଯୁଗ ବଦଳିବା ସହ ଗଣମାଧ୍ୟମର ପରିଭାଷା ମଧ୍ୟ ବଦଳି ଯାଉଛି, ଏଣୁ ବ୍ୟକ୍ତିଗତ ତଥା ସଂସ୍ଥାର ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି ସମାଜର ହିତ ସାଧନ ପାଇଁ ସମସ୍ତେ ଗଠନମୂଳକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଏପରିକି କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ବିବେକ ଅନୁଯାୟୀ କାର୍ଯ୍ୟ କରିବା ଜରୁରୀ ହୋଇପଡ଼ିଛି ବୋଲି ବକ୍ତାମାନେ କହିବା ସହ ଲକ୍ଷ୍ମଣରେଖା ଭିତରେ ରହି କାମ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ରବିନ୍ଦ୍ରନାଥ ବେହେରା, ଟୁଟୁ ବେହେରା, ସୁବିତ୍ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଶାସନୀ, ଲୋକନାଥ ଦାଶ, ବାବୁଲା ପାଣିଗ୍ରାହୀ, ରାମ କୁମାର ପାତ୍ର, ଦୀନେଶ ପଟ୍ଟନାୟକ, ଗୌରୀ ଶଙ୍କର ମିଶ୍ର, ଗୋପାଳ ରେଡ୍ଡି, ଅମର କୁମାର ଦାଶ, ସୁନୀଲ କୁମାର ସାହୁ, ନିର୍ମଳ ସାହୁ, ବିଘ୍ନରାଜ ମହାପାତ୍ର, ପ୍ରଶାନ୍ତ ପ୍ରତିନିଧି, ସମୀର ରଥ, ଲିକୁ ଡ଼ାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here