ଶିଶୁ ଶ୍ରମିକ ଅଧିକାର ସପ୍ତାହ ଓ ସଂରକ୍ଷଣ କାର୍ଯ୍ୟକ୍ରମ ।

0
274

ହିଞିଳିକାଟୁ ୧୭/୧୧ -ଗଞ୍ଜାମ ଜିଲ୍ଲା ଚାଇଲଡ଼ ଲାଇନ ପକ୍ଷରୁ ରବିବାର ହିଞିଳିକାଟୁ ବ୍ଳକ ପରିସରରେ ଶିଶୁ ଶ୍ରମିକ ଅଧିକାର ସପ୍ତାହ ଓ ଶିଶୁ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚାଇଲଡ଼ ଲାଇନର ମହା ନିର୍ଦ୍ଦେଶକ ସୁଦୀପ ସାହୁଙ୍କ ନେତୃତ୍ୱରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ତହସିଲଦାର ଗୋପୀନାଥ କୁଅଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସିଡିପିଓ ଶୁଭଶ୍ରୀ ପାତ୍ର,ଜିଲ୍ଲା ଶ୍ରମଧିକାରୀ ଶିବନାରାୟଣ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସୁଦାମ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ସ୍ଥାନରେ ନିୟମିତ ବ୍ୟବଧାନରେ ଧରପଗଡ କଲେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶିଶୁମାନଙ୍କୁ ଉଦ୍ଧାର ଓ ଥଇଥାନ ଆଇନ ଅନୁସାରେ କରିବାକୁ ସେ ପରାମର୍ଶ ଦେଇଥିଲେ ।କେବଳ ଶିଶୁ ସୁରକ୍ଷା ୟୁନିଟ ଚାହିଁଲେ ଏହାର ନିରାକରଣ ହୋଇ ପାରିବ ନାହିଁ ।ଅନ୍ୟ ସମସ୍ତ ବିଭାଗ ଏଥିରେ ସମନ୍ୱିତ ଭାବେ କାର୍ୟ୍ଯ କରିବାକୁ ପରାମର୍ଶ ଦେଇଥିଲେ ।ଶିଶୁ ସୁରକ୍ଷା, ଶିକ୍ଷା ବିଭାଗ, ଶ୍ରମ ବିଭାଗ,ଜାତୀୟ ଶିଶୁ ଶ୍ରମିକ ନିରାକରଣ ବିଭାଗ ପ୍ରଭୃତି ପରସ୍ପର ମଧ୍ୟରେ ସମନ୍ଵୟ ଓ ସହଯୋଗ ରଖି କାର୍ଯ୍ୟରେ ଧ୍ୟାନ ଦେଲେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ଓ ଥଇଥାନ ସହଜ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିବା ସହ ଶପଥ ନେଇଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଏକ ଶିଶୁ ଶ୍ରମିକ ଥଇଥାନ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାମଲ ପରିଚାଳନା କରିଥିବା ବେଳେ ୟୁନିଟ ସଦସ୍ୟ, ଶ୍ରମ ବିଭାଗ ସଦସ୍ୟ ସହଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ବିଶ୍ୱନାଥ ମହାରଣା, ବହୁ ଜନସାଧାରଣ, ସରପଞ୍ଚ ,ସମିତି ସଭ୍ୟ /ସଭ୍ୟା ,ଅଙ୍ଗନବାଡି କର୍ମୀ ସମେତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here