ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ସମ୍ମିଳନୀ ।

0
295

ହିଞିଳିକାଟୁ :୧୭/୧୧:- ହିଞିଳିକାଟୁ ପୋୖର ପରିଷଦ ଆଙ୍କୋରଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ଏକ ଅଭିଭାବକ ସମ୍ମିଳନୀ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ରଙ୍କନିଧି ଗୌଡ଼ ,ସଂକୁଳ ପ୍ରମୁଖ ଦୀପକ କୁମାର ମହାରଣା ଓ ପ୍ରଶାସକ ଦ୍ୟୁତୀକୃଷ୍ଣ ସାବତ ଯୋଗ ଦେଇ ପ୍ରଥମେ ଦୀପପ୍ରଜ୍ବଳନ କରି ଶୁଭ ଆରମ୍ଭ କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଶିଶୁ ମାନଙ୍କ ଶୈକ୍ଷିକ ପ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା । ଅଭିଭାବକ ମାନେ ନିଜ ନିଜ ଅସୁବିଧା ଓ ଅଭିଯୋଗ ରଖିଥିଲେ ।ଅତିଥିମାନେ ତାହା ସମାଧାନର ଆଲୋଚନା କରିଥିଲେ ।ସରକାରଙ୍କ ଦ୍ଵାରା ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଏହି ଅନୁଷ୍ଠାନ କୁ ପ୍ରଦାନ ହେଉଥିବା ଅଭିଭାବକଙ୍କ ନିକଟରେ ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ଦିବାଧର ପୂଜାରୀ, ଅରୁଣ କୁମାର ପାଢୀ, ଟୁନା ଯାନୀ, ସୀମାଞ୍ଚଳ ନାହାକ ଉପସ୍ଥିତ ଥିବାବେଳେ ସହ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ଵିଷୋୟୀ, ଗଣାପତି ସ୍ୱାଇଁ ପରିଚାଳନା କରୁଥିବା ବେଳେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here