ପୋଲସରା :ଜୁଇରୁ ଉଠିଲେ ମହିଳା

1
360

ପୋଲସରା ,୧୭/୧୧: ଜୁଇରୁ ଉଠି ବସିଲେ ମହିଳା ! ପୋଲସରା କଣିଆପଲ୍ଲୀ ଗାଁର ଘଟଣା , ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଲସରା ହସ୍ପିଟାଲରେ ଭର୍ତ୍ତି , ଅସୁସ୍ଥ ପରେ ମୃତ ଭାବି ସତ୍କାର କରିବାକୁ ନେଇଥିଲେ ପରିବାର ଲୋକ ଶବଦାହ ବେଳେ ଜୁଇରୁ ଉଠି ବସିଲେ ମହିଳା । ଅସୁସ୍ଥ ପରେ ମୃତ ଭାବି ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଜୁଇରୁ ଉଠିବା ଦେଖି ଶ୍ମଶାନରେ ଥିବା ପରିବାର ଲୋକେ ଚକିତ ହୋଇଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ଯେତେବେଳେ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିଲା, ଜୁଇରେ ରଖିବା ପରେ ହଠାତ୍ ସେ ଉଠିପଡିଥିଲେ । ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ହଲଚଲ ହୋଇଥିଲା । ତେବେ ଏପରି ଏକ ଘଟଣା ପୋଲସରାର କଣିଆପଲ୍ଲୀ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି । ଶେଷ ଖବର ସୁଦ୍ଧା ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

1 COMMENT

LEAVE A REPLY

Please enter your comment!
Please enter your name here