ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଖେଳକୁଦ ପ୍ରତିଯୋଗିତା

0
226

ହିଞିଳିକାଟୁ ,୧୮/୧୧:- ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ସୋମବାର ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ବ୍ଳକ ସ୍ତରୀୟ ଖେଳକୁଦ ପ୍ରତିଯୋତା ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋୖର ପରିଷଦ ନିର୍ବାହି ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଏବିଇଓ କେ ନିମେଇଁ ଚାନ୍ଦ ମହାପାତ୍ର ଓ ବିଶ୍ୱନାଥ ମହାରଣା ଉପସ୍ଥିତ ଥିଲେ। ସ୍ଥାନୀୟ ବ୍ଳକ ଓ ପୋୖର ପରିଷଦର ସମସ୍ତ ବିଦ୍ୟାଳୟ ଗୁଡିକର ୧୦୬ ଜଣ ଦିବ୍ୟାଙ୍କ ଶିକ୍ଷାର୍ଥୀ ନାମ ଲେଖିଥିବା ବେଳେ ଏହି ପ୍ରତି ଯୋଗୀତାରେ ୮୦ ଜଣ ଦିବ୍ୟାଙ୍ଗ ଅଂଶ ଗ୍ରହଣ କରିଥିଲେ । ଆଳୁଚାମୁଚ,ସଙ୍ଗୀତ, ମ୍ୟୁଜିକ ଚେୟାର ଭଳି ଏହିଭଳି ଖେଳକୁଦ ପ୍ରତିଯୋତା ହୋଇଥିଲା ।ଅତିଥି ମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ସମାଜର ମୂଖ୍ୟସ୍ରୋତରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଉତ୍ସବକୁ ଆସିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ବହୁ ଅଭିଭାବକ ଖୁସି ପ୍ରକଟ କରିଛନ୍ତି ।ଏହି ପ୍ରତିଯୋତାରେ ପ୍ରଥମ ସ୍ଥାନ ପାଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ସେମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ବିଆରଟି ଝୁନା ମିଶ୍ର, ନମିତା ସମାନ୍ତରା ଓ ସମସ୍ତ ସିଆରସିସି ସହଯୋଗ କରିଥିବାବେଳେ ସିଆରସିସି ରଘୁନାଥ ସାହୁ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here