ମିଶନ ରାଣୀ ମାଁ ମାରୀୟା ଙ୍କ ଉଦଘାଟନ ପର୍ଵ ମହାଆଡ଼ମ୍ବର ରେ ଅନୁଷ୍ଠିତ

0
221

ବ୍ରହ୍ମପୁର,୧୮/୧୧- ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ଉଦଘାଟନ ପର୍ଵ ଅର୍ଥାତ ପବିତ୍ର ନବୀନାର ପ୍ରଥମ ଦିନ ମହା ଆଡ଼ମ୍ବରର ସହିତ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପବିତ୍ର ନବୀନା ଉତ୍ସଵ ଆଜି ଠାରୁ ଆରମ୍ଭ ହୋଇ ଆଗାମୀ ତା.୨୬.୧୧.୧୯ ରିଖ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ତା.୨୭.୧୧.୧୯ ରିଖ ଦିନ ମିଶନ ରାଣୀ ମାଁ ମାରୀୟାଙ୍କ ପର୍ଵ ଭକ୍ତିଭାଵ ସହ ପବିତ୍ର ଦିବ୍ୟଯଜ୍ଞ ଉତ୍ସର୍ଗ କରି ପାଳନ କରାଯିବ।ଆଜିର ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି, ଯାଜକ ସୁରେଶ ନାୟକ,ଯାଜକ ଅନନ୍ତ ନାୟକ, ଯାଜକ ଦୀନବନ୍ଧୁ ନାୟକ ଓ ଯାଜକ ସୁବିର ସିଂ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ।ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ “Marry, Mother of God” ବା “ମେରୀ ପରମେଶ୍ବରଙ୍କ ମାତା”,ଏହି ବିଷୟରେ ଉଦବୋଧନ ଦେଇ ମଣ୍ଡଳୀର ମାର୍ଗ ଦର୍ଶନ କରିଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର JESUS YOUTH ର ଯୁବ ଗୋଷ୍ଠି ,ସଙ୍ଗୀତ ପରିଚାଳନା ଓ ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ।ଏହି ଉଦ୍ଘାଟନ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ ବିଭିନ୍ନ ଅନୁଷ୍ଠାନର ସେବାଭ୍ରାତା ଓ ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟ ମନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here