ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର

0
218

ହିଞିଳିକାଟୁ :-୧୯/୧୧ ହିଞିଳିକାଟୁ ବ୍ଳକ ତରଫରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିିଲ୍ଲା ଉପ ଜିଲ୍ଲାପାାଳ ପ୍ରିିିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଏଇଇ ହେମନ୍ତ କୁମାର ହୋତ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଅରୁଣ କୁମାର ମଲାନ, ଏପିଓ ପ୍ରକାଶ ସାହୁ ପ୍ରମୁଖଙ୍କ ଉପସ୍ଥିତ ଥିଲେ ।ମନରେଗା ଯୋଜନାର ୨୦୧୮-୧୯ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ଶ୍ରୀ ହୋତା ପାଠ କରିଥିଲେ ।ମୋଟ ପଞ୍ଜିକୃତ ଶ୍ରମିକ ପରିବାର ସଂଖ୍ୟା ୧୯ ହଜାର ୧୪୩ ଜଣଙ୍କୁ ପରିବାରଙ୍କୁ ଜବକାର୍ଡ ,୮ହଜାର ୩୦୯ ପରିବାର ଜଣ କାର୍ଯ୍ୟ ପାଇଁ ଆବେଦନ କରିଥିବାବେଳେ ସମୁଦାୟ ୭ହଜାର ୬ ଶହ ୫୪ ଜଣଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିବା କୁହାଯାଇଛି ।ମୋଟ ଶ୍ରମ ଦିବସ ସଂଖ୍ୟା ୪,୭୫,୫୧୮ ।୧୦୦ ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପରିବାର ୭ଶହ ୨୨ ,ଅଣକୁଶଳୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଥିଲା ବେଳେ ମାଷ୍ଟର ରୋଲ ୧୪ ହଜାର ୭ଶହ ୧୨ଜଣ,କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୧ ହଜାର ୭୩ ମାଷ୍ଟର ରୋଲରେ ପ୍ରଦାନ କରାଯାଇଥିବା ଜଣାପଡିଛି । ଫିଲାପ ହୋଇଥିବା ମାଷ୍ଟର ରୋଲ ସଂଖ୍ୟା ୧୪ ହଜାର ୬ଶହ ୯୪, ପଞ୍ଚାୟତ ଓ ସମିତି ସ୍ତରୀୟ ମୋଟ ମଜୁରୀ ବ୍ୟୟ ୬କୋଟି ୩୮ଲକ୍ଷ ୯ହଜାର, ସାମଗ୍ରୀ ବାବଦରେ ପଞ୍ଚାୟତ ଓ ସମିତି ସ୍ତରରେ ମୋଟ ବ୍ୟୟ ୨୦୪.୫୬ ଲକ୍ଷ, ମଜୁରୀ ବାବଦରେ ସମୁଦାୟ ୬୩୮.୧କୋଟି ଟଙ୍କା ସମୁଦାୟ ବ୍ୟୟ ୯୦୨.୨୬ କୋଟି ଖର୍ଚ୍ଚାନ୍ତ ହୋଇଥିବା ବୈଠକରେ ସମୀକ୍ଷା କରାଯାଇଛି ।ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବେଲଗାଁ ଅନିଲ ରଥ,ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା, ସହକାରୀ ଉଦ୍ୟାନ ବିଭାଗୀୟ ଅଧିକାରୀ ଶୁଭସ୍ମିତା ସାହୁ,ଆତ୍ମା ଅଧ୍ୟକ୍ଷ ଏଳା ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମହାନ୍ତି,ବହୁ ସରପଞ୍ଚ ରୋହିତ ପ୍ରଧାନ,ଲକ୍ଷଣ ଗୌଡ଼,ରଘୁନାଥ ବେହେରା ,ପି ବାସନ୍ତୀ, ତ୍ରିନାଥ ପାଣିଗ୍ରାହୀ, ଜି ମୋହନ,ବି ରବୀନ୍ଦ୍ରଙ୍କ ସମେତ ସମସ୍ତ ପିଇଓ, ଜିଆରଏସ,ଭିଆରଡି ଗାଁ ସାଥି ପ୍ରମୁଖ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here