ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ବୈଠକ।

0
205

ହିଞିଳିକାଟୁ :୧୯/୧୧:- ହିଞିଳିକାଟୁ ତହସିଲ କାର୍ଯ୍ୟାଳୟ ସଭାକକ୍ଷରେ ମଙ୍ଗଳବାର ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ବୈଠକ ଶିବିର ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି ଆୟୋଜିତ ଶିବିରରେ ତହସିଲଦାର ଗୋପୀନାଥ କୁଅଁର, ନୋଡାଲ ଅଫିସର ଏ କେ ଶତପଥୀ ପ୍ରମୁଖ ଉପସ୍ଥିତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ନୂତନ ଭୋଟର ପଞ୍ଜିକରଣ ପ୍ରକ୍ରିୟାକୁ ଯେପରି ନିର୍ଭୁଲ ଏବଂ ତ୍ୱରିତଭାବେ କରାଯାଇପାରିବ । ଯେଉଁ ବ୍ୟକ୍ତିମାନଙ୍କ ସ୍ଵାମୀ ସ୍ତ୍ରୀ ଙ୍କ ନାମ ଅଲଗା ଅଲଗା ବୁଥ ନଂ ହୋଇ ରହିଥିବ ସେଗୁଡିକ ଗୋଟିଏ ବୁଥ ନଂରେ ପଞ୍ଜିକୃତ ହେବ ଓ ଯେଉଁ ମାନଙ୍କ ବୟସ ୧/୧/୨୦୨୦ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନିତ ହେବେ ।ଏଥି ସହ ମୃତ୍ୟୁ ବରଣ କରିଥିବା, ସ୍ଥାନାନ୍ତରିତ, ବିବାହିତ ବ୍ୟକ୍ତିଙ୍କ ନାମ ସଂଲଗ୍ନ ଓ କାଟିବା ଉପରେ ଗୁରୁତ୍ୱ ରହିବ ।ଏନେଇ ହିଞିଳି ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଳକ ଶେରଗଡ ଓ ହିଞିଳିକାଟୁର ସମସ୍ତ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନିର୍ଭୁଲ ଭୋଟର ତାଲିକା ସଂଶୋଧନ କରିବା ଏବଂ ଏ ଦିଗରେ କୌଣସି ପ୍ରକାର ପରିଚାଳନାଗତ ତ୍ରୁଟି ଯେପରି ନ ହୁଏ ସେଥିପାଇଁ ତୀକ୍ଷଣ ଦୃଷ୍ଟି ରଖିବାକୁ ଛତ୍ରପୁର ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ମହାରଣା, ସନ୍ତୋଷ କୁମାର ଗୌଡ଼, ରଘୁନାଥ ସାହୁ ,ଦେବବ୍ରତ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here