ସମସ୍ୟା ଘେରରେ କଇଁପୁର ପଞ୍ଚାୟତର ନୂଆଗାଁ

0
189

ପାରଳାଖେମୁଣ୍ଡି , ୧୯/୧୧– ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ ପାହାଡ ତଳିଆ ଆଦିବାସୀ ଅଧ୍ୟୁଷିତ ନୂଆଗାଁ ଗ୍ରାମ ଅଞ୍ଚଳବାସୀ ପୂର୍ବରୁ ହିଁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରି ଆସିଛି । ଗତ ୨୦୧୮ ଅକ୍ଟୋବର ୧୦ ଓ ୧୧ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” ଆସିଲା ,ସେତେବେଳେ ଏହି ଗ୍ରାମର ପୂର୍ବ ସମସ୍ୟାକୁ ସମ୍ପୁର୍ଣ ଭାବେ ଦୁଇଗୁଣ କରି ପକାଇଲା। ରାସ୍ତା, ବିଜୁଳି ଆଲୋକ, ପାନୀୟ ଜଳ, ରହିବା ବାସ ଏବଂ ଜୀବନ ଜୀବିକା ଏସବୁ ତିତିଲି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି ବୋଲି ଗ୍ରାମର ନୀର ଶବର, ଗୌର ଶବର, ପଦ୍ମାବତୀ ଶବର, ଜେନା ଭୂୟାଁ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନୂଆଗାଁ ଗ୍ରାମରେ ୬/୭ ପରିବାର ର ପ୍ରାୟ ୩୦ରୁ୪୦ ଜଣ ଅତ୍ୟନ୍ତ ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଗ୍ରାମର ମୈାଳିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅବହେଳିତ ଅବସ୍ଥାରେ ପଡିରହିଛି। ଗ୍ରାମକୁ ଯୀବାଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ , ଗ୍ରାମରେ ବିଦ୍ୟାଳୟ ନଥିବା ଯୋଗୁଁ ଗ୍ରାମାଞ୍ଚଳ ଛୋଟ ପିଲାମାନେ ସେହି ଶୋଚନୀୟ ରାସ୍ତା ପ୍ରତିଦିନ ଅତ୍ୟନ୍ତ କଷ୍ଟସହି ଗ୍ରାମ ଠାରୁ ଦୂରରେ ଥିବା ବେଲପଦର ଓ ଲକ୍ଷ୍ମୀପୂରୁ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି।
ଗ୍ରାମରେ ବିଦ୍ୟୁତ୍ ର କୈାଣସି ସୁବିଧା ନଥିବାରୁ ଗ୍ରାମବାସୀ ବାରମ୍ବାର ଦାବି କରିବା ଫଳରେ ଗ୍ରାମକୁ ବିଦ୍ୟୁତ ଆଲୋକର ଝଲକ ପଡିଥିଲା ହେଲେ “ତିତିଲି” ବାତ୍ୟାରେ ସେସବୁ ପ୍ରାୟତ ନଷ୍ଟ ହୋଇଯାଇଛି। ଦୀର୍ଘ ଏକ ବର୍ଷ ଦୁଇ ମାସ ବିକିବାକୁ ବସିଲାଣି ଗ୍ରାମବାସୀ ଏବେ ମଧ୍ୟ ଅନ୍ଧକାର ମୟ ଜୀବନରେ କାଳ କାଟୁଛନ୍ତି। ପାନୀୟ ଜଳ କିଛିଟା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ନହେବା ସଙ୍ଗେ ସମାନ । ଗ୍ରାମବାସୀ ବତମାନ ସୁଦ୍ଧା ସେହି ୧୪ ମାସ ତଳର ତିତିଗାଁ ବାତ୍ୟାରେ ପ୍ରଭାବିତ ହୋଇଥିବା ଚାଳ ଛପର କୋଡିଆ ଭଙ୍ଗା ଘରେ ଦିନ କାଳ କାଟୁଛନ୍ତି। ଗ୍ରାମବାସୀ ତିତିଗାଁ ଝଡ ବାତ୍ୟାରେ ବହୁମାତ୍ରାରେ ପ୍ରଭାବିତ ହୋଇ ଅନେକ ଧନ ଜୀବନ ଓ ଘର ଜୀବନ ଜୀବିକା ଉଜୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ତିତିଲି ସହାୟତା ମିଳିନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇଥିଲୁ ହେଲେ ଆମକୁ ବର୍ତ୍ତମାନ ସୁଦ୍ଧା କୌଣସି ଟିଏ ହେଲେ ମଧ୍ୟ ସମାଧାନର ପଦକ୍ଷେପ ନିଆଯାଇନାହିଁ। ସେହିଭଳି ଗ୍ରାମରେ ସ୍ୱଛ ଭାରତ ରେ ମୋ ଶୌଚାଳୟ କାର୍ଯ୍ୟକ୍ରମରେ ପାଇଖାନା ନିମାଣ ହୋଇଛି କିନ୍ତୁ ଗ୍ରାମର ନୀର ଓ ପଦ୍ମାବତୀ ଶବର ପରିବାରକୁ ଏଥିରୁ ବଞ୍ଚିତ କରାଯାଇଛି। ଶୌଚାଳୟ ନିର୍ମାଣ ମଧ୍ୟ ପ୍ରାୟତଃ ଅଧାପାନ୍ତରିଆ ହୋଇ ରହିଛି। ସେହି ଶୈାଚାଳୟ ସବୁ ବ୍ୟବହାର ହୀନ ହୋଇ ପଡିଛି। ଗ୍ରାମବାସୀ ତାହାକୁ ଷ୍ଟକ ରୁମ ଭାବେ ବ୍ୟବହାର କରୁଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନୁଆଗାଁ ରେ ସେହି ଅର୍ଥର ଛିଟା ଟିଏ ମଧ୍ୟ ପହଂଚି ପାରୁନି। ସରକାରଙ୍କ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ବିକାଶ ଏଥିରୁ ସହଜେ ଅନୁମେୟ।
ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here