ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଓ୍ବେଲଫେୟାର ଏବଂ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ମିଳିତ ଉଦ୍ୟମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ପାଳିତ

0
224

ବ୍ରହ୍ମପୁର, ୧୮/୧୧-ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ୱେଲଫେୟାର ଏବଂ ଖଲ୍ଲିକୋଟ ସ୍ଵୟଂଶାସିତ ମହାବଦ୍ୟାଳୟ ମିଳିତ ଉଦ୍ୟମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଗଣେଷ ଅଡିଟୋରିୟମରେ ପାଳନ କରାଯାଇଛି। ଉକ୍ତ ସଭାରେ ମୂଖ୍ଯ ଅତିଥି ଭାବେ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାୟାଧର ସ୍ୱାଇଁ ଯୋଗଦେଇ ଛାତ୍ର-ଛାତ୍ରୀ ମାନଙ୍କୁ ଓଡ଼ିଶା ରେ ଦୁର୍ନୀତି ବିଭାଗର କାର୍ଯ୍ୟଗୁଡ଼ିକ ଉପରେ ଆଲୋଚନା କରିବା ସହ ଏକ ସୁସ୍ଥ ରାଷ୍ଟ୍ର ଗଠନରେ ଆଗେଇ ଆସିବାକୁ। ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷା ଡଃ ଉତ୍ତମା ଜେନା ସର୍ଦ୍ଦାର ପଟେଲଙ୍କ ଜୀବନକୁ ଅନୁସରଣ କରିବାପାଇଁ ପ୍ରବର୍ତ୍ତାଇଥିଲେ। ବିମୁଦ୍ରାକରଣ, ତିନି ତଲାକ୍, ଜି ଏସ ଟି, ୩୭୦ ଧାରା ଉଚ୍ଛେଦ ଆଦି ସମାଜରେ ଏକ ସକାରାତ୍ମକ ପ୍ରଭାବ ପକାଇଛି। ଯୁବପିଢି ନୂତନ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ ବୋଲି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ମୂଖ୍ୟ ପରିକ୍ଷା ନିୟନ୍ତ୍ରକ ଶ୍ରୀ ପବିତ୍ର ମୋହନ ନନ୍ଦ ଉତ୍ସାହିତ କରିଥିଲେ। ବୈଶୁଧୈବକୁଟୁମ୍ବକମ୍ ଭାରତୀୟ ଜାତିର ମୁଲଭିତ୍ତି ଅଟେ। ପଟେଲଙ୍କ ପରି ନେତୃତ୍ୱ ନେଇ ସମସ୍ତ ଛାତ୍ରଛାତ୍ରୀ ସମାଜରେ ଆଗକୁ ବଢିବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ସି ୟାଇ ଏସ ଡବ୍ଲୁ ତରଫରୁ ପୁରସ୍କାର ବିତରଣ ସହ ଉତ୍ସାହିତ କରାଯାଇଥିଲା।
ପରିଶେଷରେ ସି.ଓ୍ବାଇ.ଏସ.ଡବ୍ଳୁ ର ସଂପାଦକ ଶ୍ରୀ ନିତୁରଞ୍ଜନ୍ ଦାଶ ୨୦ ବର୍ଷ ଧରି କରିଆସୁଥିବା ଏବଂ ଭବିଷ୍ୟତରେ କରିବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମତ ରଖିବାସହ ବିଦାୟ ଭାଷଣ ଦେଇଥିଲେ।

LEAVE A REPLY

Please enter your comment!
Please enter your name here