ପୁଣି ଚର୍ଚ୍ଚାରେ ସାରା ଶର୍ମା ନିଜେ ନାଚିବା ସହ ଲୋକଙ୍କୁ ନଚାଇଲେ

0
208

ପାରଳାଖେମୁଣ୍ଡି, ୨୦/୧୧– ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ଏଥର ଏରୋବିକ ମୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସ ଫଣ୍ଡା ବଢାଇଛନ୍ତି ଏହି ଲେଡି ଆଇପିଏସ।
ସ୍ବାସ୍ଥ୍ୟ ହିଁ ସମ୍ପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ୱାସ୍ଥ୍ୟବାନ ରହିବେ ସେହି ଅଭିମୁଖେ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି। ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ନାରୀଙ୍କ ସୁରକ୍ଷା ପାଇଁ ହେଉକି ବେକାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତି କରିବାରେ କି ଅକ୍ଷୟ ଦାନପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଥାନ୍ତି ସେ। ହେଲେ ଗତ କାଲି ଏରୋବିକ୍ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫଣ୍ଡା ବତାଇ ପୂଣ୍ଣ ଚର୍ଚ୍ଚାରେ। ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସ ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ହିଁ ସମ୍ପଦ , ସ୍ୱାସ୍ଥ୍ୟ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଟ ମାଧ୍ୟମ ତେଣୁ ଲୋକଙ୍କ ସ୍ବାସ୍ଥ୍ୟ ବନାଇ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି। ସେପଟେ ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ଗତକାଲି ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସହରର ବରିଷ୍ଠ ନାଗରିକ ଓ ଜନ ପ୍ରତିନିଧି ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏମାନେ ଏରୋବିକ୍ ମୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ। ସହରରେ ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜନ ହୋଇଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here