ନାବାଳିକା ପିଡିତାଙ୍କୁ ନ୍ୟାୟ ଦେବା ନେଇ ବିଜେପି ମହିଳା ମୋର୍ଚ୍ଚାଙ୍କ ଥାନା ଘେରାଉ ।

0
194

ହିଞିଳିକାଟୁ ୨୧/୧୧ :-ଗଞ୍ଜାମ ଜିଲ୍ଲା ହିଞିଳି ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକାକୁ ଜଣେ ୬୫ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।ଘଟଣା ରୁ ପ୍ରକାଶ ଯେ ଗତ ଶନିବାର ଅପରାହ୍ନରେ ହିଞିଳି ଥାନା ଅଞ୍ଚଳର ଜଣେ ନାବାଳିକା ଖେଳ ବୁଲ କରୁଥିବା ବେଳେ ଘର ନିକଟରେ ଥିବା କିରାଣୀ ଦୋକାନ ମଳିକ ୬୫ବର୍ଷୀୟ ବୃଦ୍ଧ ନାବାଳିକାକୁ ଦୋକାନ ଭିତରକୁ ଡାକି ମା ଘରେ ଥିବା ନଥିବା ବୁଝି ଆଳୁ ଗୋଟା ଗୋଟି କରି ବସ୍ତାରେ ଭରିବାକୁ କହିଥିଲା ।ନାବାଳିକା କା ଦୋକାନୀ କଥା ରେ ଆଳୁ ଏକାଠି କରୁଥିବା ସମୟରେ ଦୋକାନ ଆଗରେ କେହି ନଥିବାର ଦେଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ଘଟଣା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲା ।କାନ୍ଦୁଥିବା ଦେଖି ସାହି ପଡୋଶୀଙ୍କ ଠାରୁ ଖବର ଶୁଣି ମା ଘରକୁ ଆସି ଝିଅକୁ କଣ ପାଇଁ କାନ୍ଦୁଛୁ ପଚାରିଥିଲେ ।ହେଲେ ମଧ୍ୟ ନାବାଳିକା ଘଟଣାର ବିଷୟରେ କହି ନଥିଲେ।ଏ ସମ୍ପର୍କରେ ରବିବାର ନାବାଳିକା ନିଜ ମାଙ୍କୁ ସବୁ କଥା କହିଥିଲା ।ଘଟଣା ସମ୍ପର୍କରେ ନାବାଳିକାର ମା ଦୋକାନୀକୁ ପଚାରିବାରୁ ତାଙ୍କ ସମ୍ପର୍କୀୟ ପିଡିତାର ମାଙ୍କୁ ଗାଳି ଗୁଳଜ କରିବା ସହ ଧମକ ଦେଇଥିଲେ ।ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜଣାପଡିଥିଲା ।ବୁଧୁବାର ରାତିରେ ପିଡିତାଙ୍କ ମା ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପରେ ସାହସ ସହିତ ହିଞିଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହିଞିଳି ପୋଲିସ କେଶ ନଂ ୩୨୫/୧୯ ରେ ମାମଲା ରୁଜୁ କରି ବୃଦ୍ଧ ଦୋକାନୀ ମାଲିକଙ୍କୁ ଗିରଫ କରି ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନକୁ ପଠାଇଥିବା ଜଣାଯାଇଛି ।ଏହି ଖବର ସୋସିଆଲ ମିଡିଆରେ ପ୍ରଘଟ ହେବାପରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗୁରୁବାର ସନ୍ଧ୍ୟାରେ ହିଞିଳି ଥାନାରେ ପହଞ୍ଚି ଦୃଢ ନିନ୍ଦା କରିଛନ୍ତି ।ଦୋଷୀ ଯେପରି ଦଣ୍ଡ ପାଇବ ସେ ବିଷୟରେ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଆଲୋଚନା କରିଛନ୍ତି ।ଗୋଟିଏ ପଟେ ରାଜ୍ୟ ସରକାର ମୋ ଗେହ୍ଲା ଝିଅ ଓ ନିର୍ଭୟ କଢି ସଚେତନତା କରୁଥିବା ବେଳେ ଏହି ଭଳି ଲଜ୍ୟା ଜନକ ଘଟଣାର ଘୋର ନିନ୍ଦା କରିଛନ୍ତି ।ଏପରି ବଳାତ୍କାରୀ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିଡିତା ପରିବାରଙ୍କୁ ଉଚିତ ନ୍ୟାୟ ସହ ଆର୍ଥିକ ସହାୟତା ନିମନ୍ତେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here