ମୋ ଗେଲ୍ହା ଝିଅ ଓ ନିର୍ଭୟ କଢି କାର୍ଯ୍ୟକ୍ରମ

0
211

ହିଞିଳିକାଟୁ ୨୧/୧୧: ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁବାର ମୋ ଗେଲ୍ହା ଝିଅ ,ନିର୍ଭୟ କଢି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ଶୁଭଶ୍ରୀ ପାତ୍ର ଯୋଗଦେଇ ଶୁଭାରମ୍ଭ କରିଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମାରେ ଲୋକମାନଙ୍କୁ ବାଲ୍ୟ ବିବାହ ରୋକିବା, ଭୃଣ ହତ୍ୟା ରୋକିବା ଓ ଗୁଣିଗାରେଡି ପ୍ରଥାରସମ୍ପୁର୍ଣ୍ଣ ବିଲୋପ କରିବା ଦିଗରେ ସଚେତନତା କରାଯାଇଥିଲା । ପରେ ବିଦ୍ୟାଳୟ ପରିସର ମଧ୍ୟରେ ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ,ଛାତ୍ରଛାତ୍ରୀ ସମସ୍ତ ଏକତ୍ରିତ ହୋଇଥିଲେ ।ଏହି ଦିବସର ତାପର୍ଯ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ବୁଝାଇଥିଲେ ଓ ଶପଥ ପାଠ କରିଥିଲେ । ପରେ ଏହି ବିଷୟରେ ଏକ ଭିଡିଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here