ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ଚତୁର୍ଥ ଦିନ ମହାଆଡ଼ମ୍ବର ରେ ପାଳିତ

0
187

ବ୍ରହ୍ମପୁର,୨୧/୧୧/୧୯ -ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଚତୁର୍ଥ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି। କାପୁଚିନ ଧର୍ମସଙ୍ଘର ଯାଜକ ଲିମାନ ନାୟକ ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ ଯାଜକ ଆନନ୍ଦ ପ୍ରଧାନ “Marry, the Immaculate Conception” ବା “କୁମାରୀ ମେରୀଙ୍କ ବିମଳା ଗର୍ଭ ସମ୍ଭବ” ଅର୍ଥାତ ମେରୀ ବିନା ପାପରେ ଗର୍ଭ ସମ୍ଭୁତା ହୋଇ ଯୀଶୁଙ୍କୁ ଜନ୍ମ ଦେଲେ, ଏହି ବିଷୟରେ ଖ୍ରୀଷ୍ଟବିଶ୍ୱାସୀ ମାନଙ୍କୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ। ଏହି ପବିତ୍ର ନବୀନାର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି ଓ ଯାଜକ ସୁରେଶ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ। ଆଙ୍କୁଲି, ଲାଞ୍ଜିପଲ୍ଲୀ,ଆଶା ସଦନ, ଝଜୁରିଆ,ବିଲ ସାହି ଓ ହାତିବନ୍ଧ ସାହି ଅଂଚଳର ଶ୍ରଦ୍ଧାଳୁ ମାନେ ଏହି ଦିବ୍ୟଯଜ୍ଞର ସଙ୍ଗୀତ ପରିଚାଳନା ଏବଂ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here