୧୦ ଦଫା ଦାବି ନେଇ ଗଜପତି ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

0
301

ପାରଳାଖେମୁଣ୍ଡି, ୨୧/୧୧– ଗଜପତି ଜିଲ୍ଲା ଠିକାଦାର ସଂଘ ବୁଧବାର ଦିନ ୧୦ ଘଣ୍ଟା ସମୟରେ ଗଜପତି ଷ୍ଟାଡିୟମ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମଣ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ଠିକାଦାର ସଂଘର ଆହ୍ନାନରେ ଗଜପତି ଜିଲ୍ଲାର ବରିଷ୍ଠ ଠିକାଦାର ଭାରତ ଭୂଷଣ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ଠିକାଦାର ରାଜ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ୧୦ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟ ଦାବି ଗୁଡ଼ିକ ହେଲା ପରିବହନ ସମୟରେ ଅନୁମତି ପତ୍ର, ରିୟଲିଟି ଦାଖଲ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର, ୨୦୧୪ ରେ ସ୍ଥିର ହୋଇଥିବା ଦରର ୨୦୧୯ ର ମୂଲ୍ୟ ଅନୁସାରେ ପୁନଃଆକଳନ, ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରଦାନ, ଭାରତ ସରକାରଙ୍କ ଷ୍ଟାଣ୍ଣଡ ବ୍ଲକ ଏବଂ ଟେଣ୍ଡର ନିୟମାବଳୀ ତୁରନ୍ତ ପ୍ରଚଳନ, ନିୟମାବଳୀ ନିଦ୍ଧଶେ ମୁତାବକ ବଦ୍ଧତା ମୂଲ୍ୟ ପ୍ରଦାନ, ୧୪.୯୯ ନିୟମର ତୁରନ୍ତ ପ୍ରତ୍ୟାହାର ଭଳି ଦାବି ଗୁଡ଼ିକ ରହିଛି। ଏହି ଦାବି ପତ୍ର ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ପ୍ରଦାନ କରିଛି ଗଜପତି ଜିଲ୍ଲା ଠିକାଦାର ସଂଘ। ଅନ୍ୟ ପକ୍ଷରେ ସମସ୍ତ ଦାବି ଅତିଶୀଘ୍ର ପୂରଣ ନହେଲେ ଆସନ୍ତା ୩୧ ତାରିଖ ଦିନ ସମସ୍ତ ଠିକାଦାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ନିଖିଳ ଓଡ଼ିଶା ଠିକାଦାର ସଂଘର ଆହ୍ବାନ କ୍ରମେ ବର୍ତ୍ତମାନ ସାରା ଓଡ଼ିଶାର ଠିକାଦାର ମାନେ ଏକଜୁଟ ହୋଇ ସମର୍ଥନ କରୁଥିବା ବେଳେ ଗଜପତି ଜିଲ୍ଲା ଠିକାଦାର ସଂଘ ମଧ୍ୟ ଆଜି ସ୍ମାରକପତ୍ର ଦେଇ ସମର୍ଥନ ଜଣାଇଛି। ଏହି ଦାବିରେ ଶୋଭିତ କୁମାର ସାହୁ, ଜେ. ଭାର୍ଗବ, ଲୋକନାଥ, ପ୍ରଭୁ ପ୍ରସାଦ ପାଣିଗ୍ରାହୀ , ସୁରେଶ କୁମାର ମାଝି ପ୍ରମୁଖ ଙ୍କ ସମେତ ଶତାଧିକ ଠିକାଦାର ସାମିଲ ହୋଇଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here