୫୮ ତମ ଜାତୀୟ ଫାର୍ମାସୀ ସପ୍ତାହ ୨୦୧୯

0
294

ପାରଳାଖେମୁଣ୍ଡି, ୨୧/୧୧– ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଡ ଗ୍ରାମରେ ଥିବା ଗଜପତି ଫାର୍ମାସୀ କଲେଜ ପକ୍ଷରୁ ୫୮ ତମ ଜାତୀୟ ଫାର୍ମାସୀ ସପ୍ତାହ ୨୦୧୯ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା। ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ୍ ସମୁଖରୁ ଫାର୍ମାସୀ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଏହି ଶୋଭାଯାତ୍ରାକୁ ବିନୋଦିନୀ ସାଇନ୍ସ କଲେଜର ରାଜନୈତିକ ବିଞାନ ବିଭାଗର ବରିଷ୍ଠ ଅଧାପକ ରବିନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜନ ସଚେତନତା ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ମୁଳକ ଫ୍ଲା- କାର୍ଡ ସବୁ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିବା ପରେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସେଠାରେ ଥିବା ପ୍ରସ୍ତୁତି କାଳୀନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଥିବା ପ୍ରସ୍ତୁତି ,ମା ଓ ଶିଶୁ ମାନଙ୍କୁ କଲେଜ ପକ୍ଷରୁ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପକା ଓ କର୍ମଚାରୀ ମାନେ ଶୁଖିଲା ତଥା ହାଲୁକା ଖାଦ୍ୟ ଓ ଓଆରଏସ ପ୍ରଭୃତି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ର ପ୍ରିନ୍ସିପାଲ ଡଃ ସଚ୍ଚି ନନ୍ଦନ ଦାସ ଯୋଗଦେଇ କାର୍ଯ୍ୟକ୍ରମର ପାଳନ ଅଭିମୁଖ୍ୟ ସମ୍ପର୍କରେ ଅଧିକ ସୂଚନା ଦେଇଥିଲେ।
ଅନ୍ୟ ମାନଙ୍କୁ ମଧ୍ୟରେ ଗଜପତି ଫାର୍ମାସୀ କଲେଜର ଅଧ୍ୟକ୍ଷ ଡଃ. ସଚ୍ଚି ନନ୍ଦନ ଦାସ ସମେତ ପ୍ରଶାସନିକ ଅଧିକାରୀ ରବି ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ପ୍ରବୀଣ କୁମାର ମିଶାଲ, ଅଧ୍ୟାପକା ରଶ୍ମୀତା ଦାସ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here