ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ପଞ୍ଚମ ଦିନ ମହାଆଡ଼ମ୍ବର ରେ ପାଳିତ

0
219

ବ୍ରହ୍ମପୁର,୨୨/୧୧– ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ପଞ୍ଚମ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି। ଭିଆନୀ ଭବନ ସେମିନାରୀ,ଗୋପାଳପୁର ପାରିଷର ଯାଜକ ଲାମେଶ୍ୱର କହଁର, ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Mary, Queen of the Missions” ବା “କୁମାରୀ ମାରିୟା ମିଶନର ରାଣୀ”, ଏହି ବିଷୟରେ ଅତି ସୁନ୍ଦର ଭାବରେ ପ୍ରଚାର କରିଥିଲେ। ଏହି ପବିତ୍ର ନବୀନାରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ ଏବଂ ଯାଜକ ଦୀନବନ୍ଧୁ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ।ଗୋପାଳପୁର ପାରିଷର ଶ୍ରଦ୍ଧାଳୁ ମାନେଓ ଭିଆନି ଭବନର ସେବାଭ୍ରାତା ଗଣ ସଙ୍ଗୀତ ପରିଚାଳନାର ଦାୟିତ୍ୱ ନେଇଥିଲେ। ଗୋପାଳପୁର ପାରିଷର ସେବାଭ୍ରାତା ଓ ସେବାଭଗ୍ନୀ ମାନେ,ହଳଦିଆପଦର,ବିଜିପୁର,ଅମ୍ବିକା ନଗର,ତୋଟା ସାହି ଏବଂ ହିଲ ପାଟଣା ଅଂଚଳର ଖ୍ରୀଷ୍ଟ ବିଶ୍ୱାସୀ ମାନେ ଦିବ୍ୟଯଜ୍ଞ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here