ଡିସେମ୍ବର ୮ରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

0
177

 

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୮ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିର ଅବସରରେ ଯୋଗ ଗ ଦେବାକୁ ବାଣୀବିହାରକୁ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ଲାଟିନମ୍‌ ଜୁବୁଲି ଅବସରରେ ଆୟୋଜିତ ଉତ୍ସବରେ ସେ ଯୋଗଦେବେ | ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି | ଅନ୍ୟପଟେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବର ଦ୍ବିତୀୟ ଦିନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି |
ଏହି କାର୍ଯ୍ୟକ୍ରମରେ ୧୦ ହଜାର ପୁରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଏହି ଅଵସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନେତୃତ୍ବ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ | ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ସେ ଆହ୍ବାନ ଦେଇଛନ୍ତି |
ଏଠାରେ ସୂଚନା ଥାଉ କି ଗତକାଲି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ | ସେ ଏହି ଅବସରରେ କହିଥିଲେ ଯେ ଜାତୀୟ ଉଚ୍ଚଶିକ୍ଷା ମାନଚିତ୍ରରେ ବି ଉତ୍କଳ ବିଶ୍ବବିଦ୍ୟାଳୟ ଗୁରୁତ୍ବ ବହନ କରୁଛି।

LEAVE A REPLY

Please enter your comment!
Please enter your name here