ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଶ ବର୍ଷ କାରାଦଣ୍ଡ

0
253

ପାରଳାଖେମୁଣ୍ଡି, ୨୫/୧୧(ପ୍ରଭାତ ପାତ୍ର)– ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଗଜପତି ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଦେଇଛନ୍ତି। ଏହି ଅର୍ଥଦଣ୍ଡ ପଇଠ ନକଲେ ଅଧିକ ୬ ମାସ କାରା ଦଣ୍ଡ ରାୟ ମଧ୍ୟ ଶୁଣାଇଛନ୍ତି। ଏଥିନେଇ ଏପିସି ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ଗ୍ରାମର ଜଣେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ସେହି ଗ୍ରାମର ଅନନ୍ତ ପାଇକ ବାରମ୍ବାର ଦୁଷ୍କର୍ମ କରିଥିଲା। ମହିଳା ଜଣକ ୫ ମାସର ଅନ୍ତସତା ହେବାପରେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଜଣା ପଡିଥିଲା। ପରେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ମାଁ ସେରଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ସେରଙ୍ଗ ଥାନାରୁ ଜିଲ୍ଲା କୋର୍ଟକୁ ଆସିଥିବା ମାମଲା କୋର୍ଟରେ ବିଚାରଣ ଚାଲିଥିଲା ଏଥିରେ ପୀଡିତା ଘଟଣା ସମ୍ପର୍କରେ ଟିକିନିଖି ଭାବରେ ଜିଲ୍ଲା ଜଜ୍ ଙ୍କ ପ୍ରକାଶ କରିବା ପରେ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଆଜି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here