ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ଅଷ୍ଟମ ଦିନ ମହାଆଡ଼ମ୍ବର ରେ ପାଳିତ

0
185

ବ୍ରହ୍ମପୁର,୨୫/୧୧- ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଅଷ୍ଟମ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି। ଯାଜକ ପ୍ରଫୁଲ୍ଲ କୁମାର ନାୟକ,ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Mary, Health of Sicks” ବା “ମେରୀ, ରୋଗୀଙ୍କର ସ୍ୱାସ୍ଥ୍ୟ”, ଏହି ବିଷୟରେ ଶ୍ରଦ୍ଧାଳୁ ମାନଙ୍କୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ପ୍ରଚାର କରିଥିଲେ। ଏହି ପବିତ୍ର ନବୀନାରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ ଓ ଯାଜକ ଦୀନବନ୍ଧୁ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ।Daughters of charity ସଙ୍ଘର ସେବାଭଗ୍ନୀ, Bethany ସଙ୍ଘର ସେବାଭଗ୍ନୀ, SFDC, କରୁଣା ଶାନ୍ତି କଲେଜର ଛାତ୍ର ଛାତ୍ରୀ,ତୁଳସୀ ନଗର,ଭାପୁର ବଜ଼ାର,ହରିଡ଼ା ଖଣ୍ଡି,ପୁରୁଣା ବ୍ରହ୍ମପୁର, ଆସ୍କା ରୋଡ଼ ଏବଂ ପୁରୁଣା ଖ୍ରୀଷ୍ଟିଆନ ସାହି ଅଞ୍ଚଳର ଖ୍ରୀଷ୍ଟ ବିଶ୍ୱାସୀ ମାନେ ଅତି ସୁନ୍ଦର ଭାବେ ଦିବ୍ୟଯଜ୍ଞର ପରିଚାଳନା କରିଥିଲେ ଏବଂ କରୁଣା ଶାନ୍ତି କଲେଜର ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here